ଝାରସୁଗୁଡା: ଧିରେ ଧିରେ ବଢିଚାଲିଛି କୋରୋନା ସଂକ୍ରମଣ । ଜିଲ୍ଲା ଉପକାରାଗାରରେ 68 ଜଣ ଅନ୍ତେବାସୀ କୋରୋନା ଆକ୍ରାନ୍ତ ଚିହ୍ନଟ ।
ଝାରସୁଗୁଡ଼ା ଉପକାରାଗାରରେ ରହୁଥିବା 282 ଜଣ ଅନ୍ତେବାସୀଙ୍କ 4ଟି ପର୍ଯ୍ୟାୟରେ ସ୍ୱାବ ସଂଗ୍ରହ କରାଯାଇଥିଲା । 1, 2, 5 ଓ 6 ତାରିଖରେରେ ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ 68 ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । କାରାଗାରର 2 ଟି ୱାର୍ଡରେ ଚିହ୍ନଟଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ସମସ୍ତଙ୍କୁ ମେଡିସିନ ଚିକିତ୍ସା ଦିଆଯାଉଛି ବୋଲି ଜେଲର ଦେବେନ୍ଦ୍ର ଥାର୍ତୀ ସୂଚନା ଦେଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ