ETV Bharat / state

ଭୁଲ ଇଞ୍ଜେକସନ ନେଲା ଶିଶୁର ଜୀବନ ! ଥାନା ଆଗରେ ଧାରଣା - ଝାରସୁଗୁଡାରେ ଭୁଲ ଇଂଜେକସନ ଯୋଗୁଁ ୬ ବର୍ଷର ଶିଶୁ ମୃତ

ଭୁଲ ଇଞ୍ଜେକସନ ଦେବାରୁ ଚାଲିଗଲା ଶିଶୁର ଜୀବନ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ । ଅଧିକ ପଢନ୍ତୁ

ଗୁଁ ଚାଲିଗଲା ଶିଶୁର ଜୀବନ, ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା

author img

By

Published : Jun 16, 2022, 1:21 PM IST

ଝାରସୁଗୁଡା: ଭୁଲ ଇଞ୍ଜେକସନ ଦେବାରୁ ଚାଲିଗଲା ଶିଶୁର ଜୀବନ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ । ମୃତକ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ତୁଳସୀ ମହାନନ୍ଦ(୬) । ଭୁଲ ଇଞ୍ଜେକସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ତୁଳସୀର ମା ପିଙ୍କି ମହାନନ୍ଦ । ଶିଶୁର ମୃତ୍ୟୁ ପରେ ଯୁବତୀଙ୍କ ମୃତଦେହକୁ ଥାନା ଆଗରେ ରଖି ଧାରଣାରେ ବସିଛନ୍ତି ଗ୍ରାମବାସୀ ।

ଭୁଲ ଇଂଜେକସନ ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ, ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା

ସୂଚନାଅନୁସାରେ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ଝିଅ ତୁଳସୀ ମହାନନ୍ଦର ମୁହଁ ଓ ବେକରେ କିଛି ଫଳିଯିବାରୁ ତାକୁ ଚିକିତ୍ସା ପାଇଁ ଗାନ୍ଧୀ ଛକରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଥିଲେ । ସେଠାରେ ଡାକ୍ତର ସରୋଜ ପ୍ରଧାନ ଦେଖି ତୁଳସୀକୁ ଏକ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ନେବାପରେ ତୁଳସୀ ସଂଜ୍ଞାହୀନ ହୋଇପଡିଥିଲା । ଶେଷରେ ଉପାୟ ନପାଇ ଡାକ୍ତର ସରୋଜ ନିଜ କ୍ଲିନିକ ଷ୍ଟାଫଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆ ପଠାଇ ଦେଇଥିଲା । ସେଠାରେ ଡାକ୍ତର ପରୀକ୍ଷା କରି ଅବସ୍ଥା ଜଟିଳ ଥିବା ଜାଣିପାରି ଝାରସୁଗୁଡାକୁ ସ୍ଥାନାନ୍ତର କରିଥିଲେ । ଝାରସୁଗୁଡାରେ ଏକ ଘରୋଇ କ୍ଲିନିକରେ ତୁଳସୀଙ୍କ ମୃତ୍ୟୁ ହୋଇଛି। ମୃତଦେହ ବ୍ରଜରାଜନଗର ପହଁଚିବା ପରେ ଗ୍ରାମବାସୀ ମାନେ ଗତକାଲି(ବୁଧବାର)ରାତି ୯ଟାରୁ ବ୍ରଜରାଜନଗର ଥାନା ଆଗରେ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.