ଝାରସୁଗୁଡ଼ା: ଇଞ୍ଜିନିୟରିଂ ସ୍କୁଲରୁ ୨୧ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ୧୩ ଶିକ୍ଷକ-ଶିକ୍ଷୟିତ୍ରୀ ଓ ୮ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନରେ ଝାରସୁଗୁଡା ତହସିଲଦାର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ତେବେ ଚିହ୍ନଟ ସମସ୍ତ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକ୍ତରୀ ଦଳ ଇଞ୍ଜିନିୟରିଂ ସ୍କୁଲକୁ ପଠାଯାଇଛି । ଏହାସହ ସ୍କୁଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ