ଯାଜପୁର : ଯାଜପୁର ରୋଡ ଥାନା ରେଲଓ୍ବେ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ କରାଯାଇଛି ଛୁରା ମାଡ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ମୁତାବକ କୋରେଇ ବ୍ଳକ ତିସୁଆ ଗାଁର ବିରଞ୍ଚି ମହାରଣା ଗାଡି ଚଲେଇବାକୁ ଯାଜପୁର ରେଲୱେ ଷ୍ଟେସନ ଅଞ୍ଚଳକୁ ଆସିଥିଲେ । କୌଣସି ଏକ କଥାକୁ ନେଇ ବିରଞ୍ଚି ଓ ଅନ୍ୟଜଣେ ଯୁବକ ସୁଧୀରଙ୍କ ମଧ୍ୟରେ କଳହ ହୋଇଥିଲା । ବଚସାଟି ଉଗ୍ରରୂପ ନେବାରୁ ଟ୍ୟାକ୍ସି ଆସୋସେସନର ସଦସ୍ୟମାନେ ଦୁଇଜଣଙ୍କୁ ବୁଝାସୁଝା କରିଥିଲେ । ପରେ ଏକ ଧାରୁଆ ଅସ୍ତ୍ର ଆଣି ବିରଞ୍ଚିକୁ ଆକ୍ରମଣ କରିଥିଲା ସୁଧିର । ପରେ ବିରଞ୍ଚିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିଲା । ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡ କରିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ