ଯାଜପୁର: ପ୍ରେମରେ ବିଫଳ ହୋଇ ଥାନାରେ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କଲେ ପ୍ରେମିକ । ଯାଜପୁର ଟାଉନ ଥାନାରେ ପ୍ରେମିକ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରେମିକ । ଅଭିଯୋଗ ମୁତାବକ ରାହାସୋଇ ଗ୍ରାମର ବୈକୁଣ୍ଠ ଯେନାଙ୍କ ପୁଅ ସମୀର ଓ ବାଲିଆମୁଣ୍ଡୁଳି ଅଞ୍ଚଳର ଜନୈକା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରଥମ ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମ୍ପର୍କ କ୍ରମଶଃ ନିବିଡ଼ ହେବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ । ଏହାରି ଭିତରେ ପ୍ରେମିକା ଜଣକ ଅନେକ ଦାମୀ ଗିଫ୍ଟ ଓ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ପ୍ରେମିକ । ଏବେ ସେହି ପ୍ରେମିକା ଜଣକ ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପକ ରଖିଥିବା ଜାଣି ସମୀର ଆପତ୍ତି କରି ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ