ETV Bharat / state

ପାନୀୟ ଜଳ ସମସ୍ୟା ନେଇ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ - problem

ସୋଲାର ପମ୍ପ ସାହାଯ୍ୟରେ ପାଣି ଯୋଗାଉଥିବା ଦୁଇଟି ଯାକ ପ୍ରକଳ୍ପ ଦୁଇ ମାସ ହେବ ଅଚଳ ହୋଇପଡିଛି । ମାତ୍ର ବାରମ୍ବାର ଦାବି ସତ୍ତ୍ବେ ପଙ୍କପାଳ ଆଦିବାସୀ ସାହିରେ ଅଚଳ ହୋଇ ପଡିଥିବା ନଳକୂପଟିର ମରାମତି ହୋଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 29, 2019, 4:17 AM IST

ଯାଜପୁର: ଖରା ମାତ୍ରା ବଢିବା ପୂର୍ବରୁ ଜିଲ୍ଲାରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଯାହାକୁ ନେଇ ରାସ୍ତା ଅବରୋଧ କରିଥିଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ପଙ୍କପାଳ ଗ୍ରାମବାସୀ । ସୋଲାର ପମ୍ପ ସାହାଯ୍ୟରେ ପାଣି ଯୋଗାଉଥିବା ଦୁଇଟି ଯାକ ପ୍ରକଳ୍ପ ଦୁଇ ମାସ ହେବ ଅଚଳ ହୋଇପଡିଛି । ମାତ୍ର ବାରମ୍ବାର ଦାବି ସତ୍ତ୍ବେ ପଙ୍କପାଳ ଆଦିବାସୀ ସାହିରେ ଅଚଳ ହୋଇ ପଡିଥିବା ନଳକୂପଟିର ମରାମତି ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗୁରୁବାର ସକାଳେ ସ୍ଥାନୀୟ ଉତ୍ୟକ୍ତ ମହିଳାମାନେ ଦାନଗଦି–ବାଘବାହାଳି ରାସ୍ତାର ପଙ୍କପାଳ ନିକଟରେ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟପାଶ୍ୱରେ କଳିଙ୍ଗନଗରକୁ ଆସୁଥିବା ବହୁ ସଂଖ୍ୟାରେ ଭାରିଯାନ ଗୁଡିକ ଅଟକି ରହିଥିଲା । ଖବର ପାଇ ଯଖପୁରା ପୋଲିସ ଓ ଦାନଗଦି ବିଡିଓ ମଣି ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଅପରପକ୍ଷେ ଜନସ୍ୱାସ୍ଥ୍ୟ ବିଭାଗ ସହାୟତାରେ ଅଚଳ ହୋଇ ପଡିଥିବା ନଳକୂପଟିକୁ ସଜାଡିବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ । ଏଥିସହ ଅଞ୍ଚଳରେ ଖୁବ ଶୀଘ୍ର ଅଚଳ ପଡିଥିବା 2 ସୌର ପ୍ରକଳ୍ପ ଚଳାଯିବା ବୋଲି ଦାନଗଦି ବିଡିଓ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

do it

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.