ETV Bharat / state

ପୁଣି ଯୌତୁକ ନିର୍ଯାତନାର ଶିକାର, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

author img

By

Published : Sep 16, 2020, 10:18 PM IST

ସ୍ୱାମୀ ଓ ଶାଶୁଘର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ମହିଳା ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ଯୌତୁକ ନିର୍ଯାତନାର ଶୀକାର, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ମହିଳା

ଯାଜପୁର: ସ୍ୱାମୀ ଓ ଶାଶୁଘର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ମହିଳା ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା । ଯାଜପୁର ଜିଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁର ସୌମ୍ୟରଞ୍ଜନ ଶତପଥି ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ।

ଉଭୟ ସୌମ୍ୟରଞ୍ଜନ ଓ ପତ୍ନୀ ବିବାହ ପରେ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିଲେ । କିନ୍ତୁ ବିବାହ ପରେ ସ୍ୱାମୀ, ଦିଅର ସମେତ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଏ ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ମହିଳା ଥାନା ପୋଲିସ ।

ତେଣୁ ମହିଳା ଜଣକ ଯାଜପୁର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯଦି ନିର୍ଯାତନା ଦେଉଥିବା ଶାଶୁ ଘର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା ହେଲେ ନିଜେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.