ETV Bharat / state

ଚିକିତ୍ସା ଅବହେଳାରୁ ଅଜଣା ମହିଳା ମୃତ, ମେଡିକାଲ ଚଟାଣରେ ପଡିରହିଲା ମୃତଦେହ

author img

By

Published : Aug 9, 2019, 11:55 PM IST

୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ସର୍ଜରୀ ୱାର୍ଡ ଚଟାଣରେ ପଡିରହିଲା ଅଜଣା ମହିଳାଙ୍କ ମୃତଦେହ । ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଥିବା କୁହାଯାଉଛି । ସେ ଜୀବିତ ଥାଉ ଥାଉ ତାଙ୍କୁ କୌଣସି ଡାକ୍ତର ସେବା ମିଳିନାନି । ହେଲେ ତାଙ୍କର ମୃତ୍ୟୁ ହେବା ପରେ ବି ମେଡିକାଲ ଚଟାଣରେ ପଡିରହିଲା ମୃତଦେହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଅଜଣା ରୋଗୀଙ୍କୁ ଡାକ୍ତରଖାନାରେ ମିଳିପାରିଲାନି ଉପଯୁକ୍ତ ଚିକିତ୍ସା । ସଠିକ ସମୟରେ ଚିକିତ୍ସା ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ । ବିଡ଼ମ୍ବନାର ବିଷୟ ଯେ ମୃତ୍ୟୁ ପରେ ମୃତଦେହ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଯାଏଁ ସର୍ଜରୀ ୱାର୍ଡ ଚଟାଣରେ ପଡିରହିଲା । ଘଟଣାଟି ଯାଜପୁର ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଘଟଣାଟି ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବାର ଉଦାହରଣ ପଲଟିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ପଦାରେ ପକାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଥିବା ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହା ପରଠାରୁ ତାଙ୍କ ପାଖରେ ନିଜ ଲୋକ କେହି ନଥିଲେ । ଏତତ ବ୍ୟତୀତ ତାଙ୍କର ଚିକିତ୍ସା ପାଇଁ ମଧ୍ୟ ତାଙ୍କ ନିକଟରେ କୌଣସି ଡାକ୍ତର କିମ୍ବା ନର୍ସ ମଧ୍ୟ ନଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ବେଡ ତଳକୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଥିବା କହିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ ।

ଏଠାରେ ଉଲେଖ ଯୋଗ୍ୟ ଯେ ଏହି ମହିଳାଙ୍କୁ ଶୁକ୍ରବାର ପାଣିକୋଇଲି ନିକଟରୁ କେତେକ ସ୍ବେଚ୍ଛାସେବୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଉଦ୍ଧାର ସମୟରେ ମହିଳାଙ୍କ ଦେହରେ କୌଣସି କପଡା ନଥିଲା, ମହିଳାଙ୍କ ଗୋଡ ଉପରେ ଗାଡି ଚଢ଼ିଯାଇଥିଲା । କିନ୍ତୁ ଉଦ୍ଧାର ହୋଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ପାଖରେ କୌଣସି ସହଯୋଗୀ ନଥିବାରୁ ଚିକିତ୍ସା ଠିକ୍ ଭାବେ ହୋଇନଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.