ETV Bharat / state

ଶୁଣୁନାହାଁନ୍ତି ସରକାର: 10 ବର୍ଷ ହେବ ନନ୍ଦ କୂଅରୁ ପାଣି ପିଉଛନ୍ତି 80 ପରିବାର - water problem in jajpur

ପ୍ରତିଶୃତି ଦେଇଛନ୍ତି ସରକାର । 2024 ସୁଦ୍ଧା ସମସ୍ତ ଗ୍ରାମୀଣ ଅଞ୍ଚଳରେ ଟ୍ୟାପ୍ ଯୋଗେ ପହଞ୍ଚିବ ପାଣି । କିନ୍ତୁ ଏ ପ୍ରତିଶୃତି ମିଥ୍ୟା ପ୍ରହେଳିକା ପରି ଲାଗେ ଯେତେବେଳେ ବର୍ଷ ବର୍ଷ ଧରି ଲୋକେ ମାଇଲ ମାଇଲ ବାଟ ଚାଲି ପାଣି ଆଣନ୍ତି । ଆଉ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ଏପରି ଚିତ୍ର ସାମ୍ନାକୁ ଆସେ । ଅଧିକ ପଢନ୍ତୁ...

10 ବର୍ଷ ହେବ ନନ୍ଦ କୂଅ ଉପରେ ନିର୍ଭରଶୀଳ 80 ପରିବାର

author img

By

Published : Mar 30, 2021, 6:06 PM IST

ଯାଜପୁର: ପ୍ରତିଶୃତି ଦେଇଛନ୍ତି ସରକାର । 2024 ସୁଦ୍ଧା ସମସ୍ତ ଗ୍ରାମୀଣ ଅଞ୍ଚଳରେ ଟ୍ୟାପ୍ ଯୋଗେ ପହଞ୍ଚିବ ପାଣି କିନ୍ତୁ ଏ ପ୍ରତିଶୃତି ମିଥ୍ୟା ପ୍ରହେଳିକା ପରି ଲାଗେ ଯେତେବେଳେ ବର୍ଷ ବର୍ଷ ଧରି ଲୋକେ ମାଇଲ ମାଇଲ ବାଟ ଚାଲି ପାଣି ଆଣନ୍ତି । ଆଉ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ଏପରି ଚିତ୍ର ସାମ୍ନାକୁ ଆସେ । ସେତେବେଳେ ସରକାର ନୁହେଁ ବରଂ ଦେବଦୂତ ସାଜି ଅସହାୟଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତି ସାଧାରଣ ଜନତା । ସେମିତି ଜଣେ ଦେବଦୂତ ହେଉଛନ୍ତି ଲିଟୁ ଭଞ୍ଜ, ଯିଏ ନିଜେ ଜଣେ କ୍ଷୁଦ୍ର ଚାଷୀ ମାତ୍ର ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମାଦଳା ଗ୍ରାମବାସୀଙ୍କ ପାଇଁ ଦେବଦୂତ । ଚାଷ ପାଇଁ କରିଥିବା ଛୋଟ ନନ୍ଦ କୂଅରୁ ଦୀର୍ଘ 10 ବର୍ଷ ହେବ ମାଦଳା ଗ୍ରାମବାସୀଙ୍କୁ ଯୋଗେଇ ଆସୁଛନ୍ତି ପାଣି । ଖରା ହେଉ କି ବର୍ଷା, ମାଦଳା ଗ୍ରାମର ପ୍ରାୟ 80 ପରିବାର ପ୍ରାୟ 2 କିଲୋମିଟର ଚାଲି ଚାଲି ଆସି ଲିଟୁ ଭଞ୍ଜଙ୍କର ଏହି ଛୋଟ କୂଅରୁ ପାଣି ନେଇ ଯାଆନ୍ତି ।

ଶୁଣୁନାହାଁନ୍ତି ସରକାର: 10 ବର୍ଷ ହେବ ନନ୍ଦ କୂଅରୁ ପାଣି ପିଉଛନ୍ତି 80 ପରିବାର
ତିନି ତିନୋଟି ବିଧାୟକ ଗଲେଣି କିନ୍ତୁ ମାଦଳା ଗ୍ରାମର ସ୍ଥିତି ସେଇ ସମାନ । ଯେଉଁଠି ନଳକୂପ ଖୋଳୁଛନ୍ତି, ସେଠୁ ବାହାରୁଛି ଲୁଣିଆ ପାଣି । ଫଳରେ 10 ବର୍ଷ ହେବ ଗ୍ରାମବାସୀ ଲିଟୁଙ୍କ ବ୍ୟକ୍ତିଗତ କୂଅରୁ ପାଣି ନେଉଛନ୍ତି । ସରକାର ଜମି ବଦଳରେ ପୁଅକୁ ସରକାରୀ ଚାକିରୀ ଦେବାକୁ ଲୋଭ ମଧ୍ୟ ଦେଖାଇଛନ୍ତି କିନ୍ତୁ ଜମି ବିକିଦେଲେ ଲୋକେ ପାଣି ପାଇପାରିବେ ନାହିଁ ବୋଲି ଭାବି ଜମି ବିକ୍ରି କରୁ ନାହାଁନ୍ତି ଲିଟୁ । ଗାଁରେ ପ୍ରାୟ 80 ପରିବାରର 300ରୁ ଊର୍ଦ୍ଧ୍ବ ଲୋକ । ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ନାହିଁ । ସେପଟେ ଗାଁରେ ମଧ୍ୟ ନିର୍ମାଣ ହୋଇଛି ଜଳ ପ୍ରକଳ୍ପ ମାତ୍ର ତାହା ଅଚଳ । ମାଦଳା ଗ୍ରାମର ଜଳକଷ୍ଟ ନେଇ ଆମେ କୋରେଇ ବ୍ଲକର ବିଧାୟକ ଅଶୋକ ବଳଙ୍କୁ ପ୍ରଶ୍ନ କରିଥିଲୁ ତେବେ କାମୁଡେଇ ଠାରେ ନିର୍ମାଣାଧିନ ପାଣିପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶୃତି ଦେଇଛନ୍ତି ବିଧାୟକ ।ଗ୍ରୀଷ୍ମ ପ୍ରବାହ ବଢିବା ସହ ବଢୁଛି ଜଳକଷ୍ଟର ଚିତ୍ର ଆଉ ସେପଟେ ସରକାରଙ୍କ ପ୍ରତି ବର୍ଷ ସେହି ସମାନ ଉତ୍ତର.. କାମ ଶୀଘ୍ର ସରିବ । ଯଦି ଏବେଠୁ ସରକାର ଜଳକଷ୍ଟ ନେଇ ଚିନ୍ତା ନ କରନ୍ତି ତେବେ ଆଗକୁ ସ୍ଥିତି ଅତି ଶୋଚନୀୟ ହେବା ଆଶଙ୍କାକୁ ଏଡେଇ ଦିଆଯାଇ ନପାରେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.