ETV Bharat / state

ଗ୍ରୀଷ୍ମରେ ପାଣି ଚିନ୍ତା: 1000ରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ନଳକୂପ - ଗ୍ରୀଷ୍ମରେ ପାଣି ଚିନ୍ତାଟ

ଶୁଦ୍ଧ ପିଇବା ପାଣି ଟୋପାକ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ । ଗାଁର ଲୋକସଂଖ୍ୟା ଦୁଇ ହଜାର ଟପିଲାଣି । ଗାଁର ୭ ଗୋଟି ସାହି ପାଇଁ ଉଦ୍ଦିଷ୍ଟ ଥିବା ୯ଟି ନଳକୂପ ମଧ୍ୟରୁ ଅଧିକାଂଶ ଅଚଳ । ଅଧିକ ପଢନ୍ତୁ...

ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ନଳକୂପ

author img

By

Published : May 6, 2021, 1:24 PM IST

ଯାଜପୁର: ଶୁଦ୍ଧ ପିଇବା ପାଣି ଟୋପାକ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ । ଗାଁର ଲୋକସଂଖ୍ୟା ଦୁଇ ହଜାର ଟପିଲାଣି । ଗାଁର ୭ ଗୋଟି ସାହି ପାଇଁ ଉଦ୍ଦିଷ୍ଟ ଥିବା ୯ଟି ନଳକୂପ ମଧ୍ୟରୁ ଅଧିକାଂଶ ଅଚଳ । ହେଲେ ଏବେ ଗୋଟିଏ ନଳକୂପ ବି ଠିକ୍ ଭାବେ କାମ କରୁନି । ଟୋପାଏ ପାଣିପାଇଁ ଏମାନଙ୍କୁ ନିର୍ଭର କରିବାକୁ ପଡୁଛି ଗାଁ ମୁଣ୍ଡରେ କାର୍ଯ୍ୟକ୍ଷମ ଥିବା ଗୋଟିଏ ମାତ୍ର ନଳକୂପ ଉପରେ । କାଖରେ ଗରା ଓ କାନ୍ଧରେ ଭାର ଧରି ନଳକୂପ ନିକଟରେ ଲମ୍ବା ଧାଡି ଲଗାଉଛନ୍ତି ଗ୍ରାମର ସହସ୍ରାଧିକ ମହିଳା ଓ ପୁରୁଷ । ଆମେ କହୁଛୁ ଯାଜପୁର ଜିଲ୍ଳା କୋରାଇ ବ୍ଲକ ଆଲଡା ଜଳେଶ୍ବରପୁର ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା କଥା ।

ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ନଳକୂପ

ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାନୀୟଜଳ ସୁବିଧା ପାଇଁ ବହୁବିଧ ଯୋଜନା କରୁଛନ୍ତି । ହେଲେ ତାହା କେଉଁଠି ଲୋକଙ୍କୁ ଉପଲବ୍ଧ ହେଉଛି ତ ଆଉ କେଉଁଠି ଏହା ଅଚଳ । 5ଟି ନଳକୂପ ଦୀର୍ଘଦିନ ହେବ ଅଚଳ ହୋଇପଡିଛି । ଗାଁ ମୁଣ୍ଡରେ ଥିବା ଗୋଟିଏ ମାତ୍ର ନଳକୂପ ଅଳ୍ପବହୁତେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହି ନଳକୂପ ନିକଟରେ ବଡି ସକାଳ ଠାରୁ ହିଁ ଲାଗିଯାଉଛି ଲମ୍ବାଧାଡି । ଏହି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ, ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ସବୁଠି ଗୁହାରୀ ଜଣାଇଛନ୍ତି । ହେଲେ ଏଯାଏ ଏହାର କିଛି ବି ଫଳ ମିଳୁନି ।

ରାତି ପାହିଲେ ପାଣି ଚିନ୍ତା । କାରଣ ଏଠି ଜଳ ଦେଉଛି ଜାତନା । ସମସ୍ୟା ନେଇ ଗ୍ରାମବାସୀମାନେ ବିଭିନ୍ନ ମହଲରେ ଆପତ୍ତି ଜଣାଇଛନ୍ତି । ନଳକୂପ ମରାମତି ପାଇଁ ଗୁହାରି କରିଛନ୍ତି । ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇଦେବାକୁ ଦାବି ଜଣାଇଛନ୍ତି । ତେବେ ଆମେ ଏହି ମୌଳିକ ସମସ୍ୟା ନେଇ ଭେଟିଥିଲୁ କୋରେଇ ବିଡିଓଙ୍କୁ । ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କୋରେଇ ବିଡିଓ କହିଛନ୍ତି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପାଇଁ ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.