ETV Bharat / state

ଫୁଲୁଛି ବୈତରଣୀ, ୫୦ ଗ୍ରାମକୁ ମାଡ଼ିଲା ବନ୍ୟାଜଳ - ଫୁଲୁଛି ବୈତରଣୀ

ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ଘଟିଛି । ଫଳରେ 50ରୁ ଉର୍ଦ୍ଧ୍ବ ଗ୍ରାମକୁ ପାଣି ମାଡିଯାଇଥିବା ବେଳେ 15ରୁ ଉର୍ଦ୍ଧ୍ବ ଗ୍ରାମରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

water logged due to flood at baitarani river in jajpur
ଫୁଲୁଛି ବୈତରଣୀ, ୫୦ ଗ୍ରାମକୁ ମାଡ଼ିଲା ବନ୍ୟାଜଳ
author img

By

Published : Aug 16, 2022, 8:56 PM IST

ଯାଜପୁର: ବୈତରଣୀରେ ଜଳସ୍ତର ବୃଦ୍ଧି ଘଟିବାରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ ଭାବେ ଜିଲ୍ଲାର କୋରାଇ ଓ ଦଶରଥପୁର ସମେତ 3ଟି ବ୍ଲକ ପ୍ରଭାବିତ ହୋଇଛି । ଦଶରଥପୁର ବ୍ଲକର ବ୍ରହ୍ମଚାରୀପାଟଣାଠାରେ ଶାଖା କାଣୀନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ପ୍ରାୟ 50ରୁ ଉର୍ଦ୍ଧ୍ବ ଗ୍ରାମକୁ ପାଣି ମାଡିଯାଇଥିବା ବେଳେ 15ରୁ ଉର୍ଦ୍ଧ୍ବ ଗ୍ରାମରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି (Water logged in jajpur) । ରାସ୍ତାଘାଟ ବୁଡିଯିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଛି ।

ଫୁଲୁଛି ବୈତରଣୀ

ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇରହିଥିବା ବେଳେ ଅଧିକାଂଶ ଗ୍ରାମରେ ଘରେ ବନ୍ୟାପାଣି ପଶିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ ଏଭଳି ସମସ୍ୟାରେ ସରକାରୀ ସହୟତାକୁ ଚାହିଁ ବସିଛନ୍ତି ବିପନ୍ନ ଲୋକେ । ବନ୍ୟା ଅଞ୍ଚଳର ଲୋକେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଖାଦ୍ୟ ଓ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଲୋକେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପ୍ରଶାସନ କୌଣସି ପ୍ରକାର ସହଯୋଗ କରିନାହିଁ । ଘାଇ ଭାଙ୍ଗିବା ପରେ ସରପଞ୍ଚ ଆସି ବିସ୍କୁଟ ବାଣ୍ଟି ଯାଇଥିଲେ । ମାତ୍ର ୨୪ ଘଣ୍ଟା ବିତିଲାଣି ଅନ୍ୟ କୌଣସି ସହଯୋଗ ମିଳିନାହିଁ କି ପ୍ରଶାସନ ମଧ୍ୟ ପହଞ୍ଚିନାହାନ୍ତି ।" ତେଣୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବାବେଳେ ଏହା 18ମିଟର ଉପରେ ପ୍ରଭାବିତ ହେଉଛି । ଫଳରେ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି l ସେପଟେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ରିଲିଫ ସାମଗ୍ରୀ ଯୋଗାଇ ଦେବାପାଇଁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଓ ଏସପିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥିର ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.