ETV Bharat / state

ଭୁଶୁଡିଲା ସର୍ବପୁରାତନ ମନ୍ଦିର ପାଚେରୀ - ଭୁଶୁଡିଲା ସର୍ବପୁରାତନ ମନ୍ଦିର ପାଚେରୀ

ଭୁଶୁଡିଲା ଯାଜପୁର ଜିଲ୍ଲାର ସର୍ବପୁରାତନ ମନ୍ଦିର ପାଚେରୀ । ଏଏସଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବା ଏହି ମନ୍ଦିରର ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

wall collapsed of oldest temple in jajpur
ଭୁଶୁଡିଲା ସର୍ବପୁରାତନ ମନ୍ଦିର ପାଚେରୀ
author img

By

Published : Jul 10, 2022, 5:49 PM IST

ଯାଜପୁର: ଭୁଶୁଡିଲା ଜିଲ୍ଲାର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ପାଚେରୀ । ଏଏସଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଥିବା ଏହି ମନ୍ଦିରର ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିର ପାଚେରୀକୁ ଲାଗି ସଂକୀର୍ଣ୍ଣ ରାସ୍ତା ରହିଥିବା ଯୋଗୁଁ ଭାରିଯାନ ଚଳାଚଳ ଉପରେ କଟକଣା ରହିଛି । ହେଲେ ଏହାକୁ ନମାନି ରାସ୍ତାରେ ପ୍ରତିଦିନ ଶହ ଶହ ଭାରିଯାନ ଚଳାଚଳ କରୁଛି । ଫଳରେ ପାଚେରୀଟି ଦିନକୁ ଦିନ ଦୁର୍ବଳ ହୋଇ ଭୁଶୁଡି ପଡିଥିବା ନେଇ ଅଭିଯୋଗ ହୋଇଛି ।

ଭୁଶୁଡିଲା ସର୍ବପୁରାତନ ମନ୍ଦିର ପାଚେରୀ

ପୂର୍ବରୁ ଦୁଇ ବର୍ଷ ତଳେ ମଧ୍ୟ ମନ୍ଦିରର ପାଚେରୀ ଭୁଶୁଡିଥିବା ଦେଖିବାକୁ ମିଳିଥିଲା । ପୁଣି ଏଭଳି ଘଟିବା ଫଳରେ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ସତର୍କ ଭାବେ ଯାତାୟତ ପାଇଁ ପରାମର୍ଶ ଦିଆଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.