ETV Bharat / state

୨୯ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କଲା ବ୍ୟାସନଗର ତହସିଲ

author img

By

Published : Jun 1, 2021, 5:52 PM IST

ଭୂମିହୀନଙ୍କୁ ମିଳିଲା ପଟ୍ଟା । ଭୂମିହୀନ ଗରିବ ଶ୍ରେଣୀର ୨୯ ଜଣ ଲୋକଙ୍କୁ ପଟ୍ଟା ପ୍ରଦାନ କଲେ ତହସିଲଦାର । ଅଧିକ ପଢନ୍ତୁ...

ବ୍ୟାସନଗର ତହସିଲ ପକ୍ଷରୁ ୨୯ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ

ଯାଜପୁର: ବ୍ୟାସନଗର ତହସିଲ ପକ୍ଷରୁ ଧନେଶ୍ୱର ପଞ୍ଚାୟତର ଡିଗୀ ସାହିର ୨୯ ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ମଙ୍ଗଳବାର ବ୍ୟାସନଗର ତହସିଲଦାର ଶରତ କୁମାର ପାତ୍ରଙ୍କ ନେତୃତ୍ୱରେ ତହସିଲର ରାଜସ୍ୱ ସୁପରଭାଇଜର ଵିଷ୍ନୁ ଚରଣ ପଣ୍ଡାଙ୍କ ସମେତ କର୍ମଚାରୀ ମାନେ ଡିଗି ସାହିରେ ପହଞ୍ଚିଥିଲେ ।

ଏଥିସହିତ ଏହି ଗାଁରେ ରହୁଥିବା ଭୂମିହୀନ ଗରିବ ଶ୍ରେଣୀର ୨୯ ଜଣ ଲୋକଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ ଦୀର୍ଘ ବର୍ଷ ଧରି ଧନେଶ୍ବର ପଞ୍ଚାୟତ ଡିଗି ସାହି ବାସିନ୍ଦାଙ୍କର ଘର ପଟ୍ଟା ନଥିବାରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇ ରହୁଥିଲେ । ଯେଉଁଥିପାଇଁ କି ଅନେକ ସମୟ ଧରି ଖଣ୍ଡେ ଜମି ପଟ୍ଟା ପାଇଁ ବିଭିନ୍ନ ସରକାରୀ ଦପ୍ତରକୁ ଧାଇଁ ଧାଇଁ ନୟାନ୍ତ ହେଇ ପଡ଼ିଥିଲେ ୩୦ରୁ ଊର୍ଦ୍ଧ୍ବ ପରିବାର ।

ତେବେ ଦୀର୍ଘ ବର୍ଷ ପରେ ଗ୍ରାମବାସୀ ବସବାସ କରିବା ପାଇଁ ପଟ୍ଟା ଫେରି ପାଇଥିବାରୁ ତହସିଲଦାରଙ୍କ ସମେତ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.