ଯାଜପୁର: କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଯାଜପୁର ଜିଲ୍ଲାରେ ଭୋଟ ଗଣତି । ମତଗଣନା କେନ୍ଦ୍ର ମଧ୍ୟରୁ ସମସ୍ତଙ୍କୁ ଚେକ କରି ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଉତ୍ତେଜନା ମୂଳକ ସ୍ଥାନରେ 7ରୁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହାସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଘଟାଇ ପୋଲିସକୁ ସହଯୋଗ କରିବା ପାଇଁ ଯାଜପୁର ଆରକ୍ଷୀ ଅଧ୍ୟୀକ୍ଷକ କହିଛନ୍ତି । ଉତ୍ତେଜନା ଉପୁଜିଲେ ସେ ସମୟରେ ଆଇନ ହାତକୁ ନ ନେଇ ପୋଲିସକୁ ଜଣାଇବାକୁ ଅନୁରୋଧ । ତେବେ ଭୋଟ ଗଣତି କେନ୍ଦ୍ରରେ ଇଟିଭି ଭାରତକୁ ଅଧିକ ସୂଚନା ଦେଇଛନ୍ତି ଯାଜପୁର ଆରକ୍ଷୀ ଅଧ୍ୟୀକ୍ଷକ କରମ ସିଂ ମୀନା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ