ETV Bharat / state

ଭିସାଷ୍ଟିଲ କାରଖାନାରେ ଶ୍ରମିକ ଛଟେଇ ପ୍ରତିବାଦରେ ଉତ୍ତେଜନା - jajpur

ରାତି ଅଧିଆ ଶ୍ରମିକ ଛଟେଇ ନେଇ ଭିସାଷ୍ଟିଲ କାରଖାନାରେ ଉତ୍ତେଜନା । ପୋଲିସ ଫୋର୍ସ ମୁତ୍ତୟନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 13, 2019, 11:58 PM IST

ଯାଜପୁର: କଳିଙ୍ଗନଗର ଭିସାଷ୍ଟିଲ କାରଖାନାରେ ଜୋର ଧରିଛି ଆନ୍ଦୋଳନ। ରାତିଅଧିଆ ଶ୍ରମିକ ଛଟେଇ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କାରଖାନାର ଶ୍ରମିକ ଆଉ ସ୍ଥାନୀୟ ଯୁବକ। କାରଖାନା ଫାଟକ ଆଗରେ ଶ୍ରମିକ ଧାରଣା ଦେବାସହ ଭଙ୍ଗାରୁଜା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଆନ୍ଦୋଳନକାରୀ ମାନେ ଟାଇମ ମେସିନ ଭାଙ୍ଗିଦେବା ସହ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି । କାରଖାନା କତ୍ତୃପକ୍ଷ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଛଟେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ । ଆନ୍ଦୋଳନ ଯୋଗୁଁ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ 60ଜଣ ଶ୍ରମିକଙ୍କୁ ଚାକିରୀରୁ ଛଟେଇ କରିବା ପରେ ଗତକାଲି(ଶୁକ୍ରବାର) ଆଉ ଦୁଇଜଣଙ୍କୁ ଛଟେଇ କରି ଗେଟପାସ ରଦ୍ଦ କରାଯାଇଥିଲା। ଯାହାକୁ ନେଇ ଉତେଜନା ପରିସ୍ଥିତି ଲାଗିରହିଛି। ସେପଟେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନାକରିଦେଇଛନ୍ତି କାରଖାନା କତ୍ତୃପକ୍ଷ। ତେବେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର କଳିଙ୍ଗନଗର ଭିସାଷ୍ଟିଲ କାରଖାନାରେ ଜୋର ଧରିଛି ଆନ୍ଦୋଳନ। ରାତିଅଧିଆ ଶ୍ରମିକ ଛଟେଇ ପ୍ରତିବାଦରେ କାରଖାନା ଫାଟକ ଆଗରେ ଶ୍ରମିକଙ୍କ ଧାରଣା ,ବିକ୍ଷୋଭ ଓ ଭଙ୍ଗାରୁଜା।ଆନ୍ଦୋଳନରେ ସାମିଲ ହେଲେ ସ୍ଥାନୀୟ ଛଟେଇ ଶ୍ରମିକ ଆଉ ବେକାର ଯୁବକ । ଆନ୍ଦୋଳନକାରୀ ମାନେ ଟାଇମ ମେସିନ ଭାଙ୍ଗିଦେବା ସହ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କଲେ। କାରଖାନା କତ୍ତୃପକ୍ଷ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଛଟେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ । ଆନ୍ଦୋଳନ ଫଳରେ କାରଖାନାର ଉତ୍ପାଦନ ବାଧାପ୍ରାପ୍ତ। ସେପଟେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ କାରଖାନା କତ୍ତୃପକ୍ଷ ନାରାଜ।

Body:ଭିଓ-୧-କଳିଙ୍ଗନଗର ଭିସାଷ୍ଟିଲ କାରଖାନା ରେ ରାତିଅଧିଆ ଶ୍ରମିକ ଛଟେଇ ପ୍ରତିବାଦରେ ଉତେଜନା ପରିସ୍ଥିତି। ଛଟେଇ ପ୍ରତିବାଦରେ। ଆନ୍ଦୋଳନକୁ ଓହ୍ଲାଇଛନ୍ତି କାରଖାନାର ଶ୍ରମିକ ଆଉ ସ୍ଥାନୀୟ ଯୁବକ। ଅଧିକ ନିଯୁକ୍ତି ପରିବର୍ତ୍ତେ କାରଖାନାରେ ଦିନକୁ ଦିନ ଶ୍ରମିକ ଛଟେଇ ଲାଗିରହିଛି। ଯାହାକୁ ନେଇ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ବେକାର ଯୁବକ । ପୁନଃ ନିଯୁକ୍ତ ଦାବିରେ ଶ୍ରମିକ ମାନେ କାରଖାନାର ଫାଟକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ତା ସହିତ ଆନ୍ଦୋଳନକାରୀ ମାନେ ଟାଇମ ଅଫିସରେ ପଶି ଟାଇମ ମେସିନକୁ ଭାଙ୍ଗି ଦେଇଛନ୍ତି। ଘଟଣା ସମୟରେ ସୁରକ୍ଷା କର୍ମୀ ସହ ଧସ୍ତାଧସ୍ତି କରିବା ସହ ସେମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ 60ଜଣ ଶ୍ରମିକଙ୍କୁ ଚାକିରୀରୁ ଛଟେଇ କରିବା ପରେ ଗତକାଲି ଆଉ ଦୁଇଜଣଙ୍କୁ ଛଟେଇ କରି ଗେଟପାସ ରଦ୍ଦ କରାଯାଇଛି। ଯାହାକୁ ନେଇ ଉତେଜନା ପରିସ୍ଥିତି ଲାଗିରହିଛି।
bite-୧-ଦୀପକ କୁମାର ମହାନ୍ତି, ଛଟେଇ ଶ୍ରମିକ
bite-୨-ଶ୍ୟାମସୁନ୍ଦର ପଣ୍ଡା, ଛଟେଇ ଶ୍ରମିକ
ଭିଓ-୨-ଛଟେଇ ଶ୍ରମିକ ମାନେ ଭିସାଷ୍ଟିଲ କାରଖାନା ଠିକାଦାରଙ୍କ ନିକଟରେ ଦୀର୍ଘ ଦିନ ଠିକା ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ ।କାରଖାନା କତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ବାରମ୍ବାର ଶ୍ରମିକ ମାନଙ୍କୁ ରାତିଅଧିଆ ଛଟେଇ କରିଚାଲିଛନ୍ତି। ଏଥିପାଇଁ ଠିକାଦାର ଏବଂ କାରଖାନା କତ୍ତୃପକ୍ଷଙ୍କୁ ମଧୁଚନ୍ଦ୍ରିକା ଦାୟୀ କରିଛନ୍ତି ଛଟେଇ ଶ୍ରମିକ କତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କଳିଙ୍ଗନଗର ମଜଦୁର ୟୁନିୟନ ପକ୍ଷରୁ ଅଭିଯୋଗ କରିଛନ୍ତି ଶ୍ରମିକ ସଙ୍ଘର ସମ୍ପାଦକ। ଏହା ଛଡା କତ୍ତୃପକ୍ଷ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ସହ ଶ୍ରମିକ ମାରଣା ନୀତିକୁ ବନ୍ଦ କରିବାକୁ ସଂଗଠନ ଦାବୀ କରିଛି। ନଚେତ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ନେତା। ସେପଟେ ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ 1ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା ଉପସ୍ଥିତ ରହି ଶ୍ରମିକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ତେବେ ଏ ସମ୍ପର୍କରେ କାରଖାନା କତ୍ତୃପକ୍ଷ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ।
bite-୩-ଆଜାର ଅହମ୍ମଦ ଖାନ, ସମ୍ପାଦକ ,କଳିଙ୍ଗନଗର ମଜୁଦୁର ୟୁନିୟନ
bite-୪- ଏସ.ବି.ବର୍ମା, ଭାଇସ ପ୍ରସିଡେଣ୍ଟ ଭିସାଷ୍ଟିଲ
bite-୫-ରାଜକିଶୋର ଦୋରା, ଅତିରିକ୍ତ ଏସପି ,ଯାଜପୁର
fvo-

Conclusion:fvo-ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ବ୍ୟାପକ ହେବାର ଆଶଙ୍କା ରହିଛି। ଏବେ କାରଖାନା କତ୍ତୃପକ୍ଷ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ହିଁ କେବଳ ଦେଖିବାକୁ ବାକି ରହିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.