ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିଅର । ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିଅର ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିବା ଜଣାପଡ଼ିଛି ।
ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ବିଧାନଚନ୍ଦ୍ରଙ୍କୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ SP ଅକ୍ଷୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି । ସେ ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡେ ଯାଉଥିଲେ ତାହାର ଯାଞ୍ଚ କରୁଛି ଭିଜିଲାନ୍ସ । ତାଙ୍କୁ କଟକ ଭିଜିଲାନ୍ସ ଟିମ ସାଥିରେ ନେଇ ଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ