ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଷଠିପୁର ବ୍ରଜନଗରରେ ଭୁଷୁଡିଲା ନିର୍ମାଣଧିନ ବ୍ରିଜ । ମିଳିଥିବା ସୂଚନା ଅନୁଯାୟୀ ଆଜି(ସୋମବାର) ଅପରାହ୍ନ ପ୍ରାୟ ୫ଟା ସମୟରେ ଘଟିଛି ଏହି ଅଘଟଣ । ରାଜ୍ୟ ବାହାର ଠିକାସଂସ୍ଥା ଡିବିଏଲ୍ ଦ୍ବାରା ନିର୍ମାଣ ହେଉଥିବା ବ୍ରିଜର ଏକ 40 ଫୁଟର ସ୍ପ୍ୟାନ ଛାତ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କୌଣସି କାରଣ ବଶତଃ ଏହା ଭୁଷୁଡି ପଡିଥିଲା ।
ତେବେ ଏହି ଦୁର୍ଘଟଣାରେ କୌଣସି ଶ୍ରମିକ ବା ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି । ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଠିକା ସଂସ୍ଥାର କେହି ଯନ୍ତ୍ରୀ ଅଧିକାରୀ ବା କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି । ଘଟଣା ପରେ ସମ୍ପୃକ୍ତ ଠିକାଦାର, ଶ୍ରମ ବିଭାଗର ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁସନ୍ଧାନ ଜାରି ରଖିଛନ୍ତି । ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ