ETV Bharat / state

ମିର୍ଜାପୁରରେ ମୃତଦେହ ମିଳିବା ଘଟଣା: ତଦନ୍ତ ଦାବିରେ ରାଜରାସ୍ତା ଅବରୋଧ କଲେ ଗାଁଲୋକ - Jajpur District News

ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ରାଜପଥ କଡରେ ସ୍ଥାନୀୟ ଯୁବକଙ୍କ ତୁମୁଳ କାଣ୍ଡ । ତଦନ୍ତ ଦାବିରେ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ମିର୍ଜାପୁରରେ ଦୁଇ ମୃତ ଦେହ ମିଳିବା ଘଟଣା, ତଦନ୍ତ ଦାବିରେ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

author img

By

Published : Sep 4, 2021, 7:39 AM IST

ଯାଜପୁର: ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ରାଜପଥ କଡରେ ସ୍ଥାନୀୟ ଯୁବକଙ୍କ ତୁମୁଳ କାଣ୍ଡ । ଯାଜପୁର ଜିଲ୍ଲା ମିର୍ଜାପୁର ଛକରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ପାଣିକୋଇଲି ଓ ଯାଜପୁର ରୋଡକୁ ସଂଯୋଗ କରୁଥିବା ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜହ୍ନା ଗ୍ରାମବାସୀ ।

ମିର୍ଜାପୁରରେ ଦୁଇ ମୃତ ଦେହ ମିଳିବା ଘଟଣା, ତଦନ୍ତ ଦାବିରେ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଏହାକୁ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି । ସେପଟେ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜାତୀୟ ରାଜପଥରେ ସ୍ଥାନୀୟ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଛି ।

ତେବେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସେପଟେ ପୋଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁସନ୍ଧାନ ଜାରି ରହିଛି । ସୂଚନାନୁଯାୟୀ ଆଜି (ଶୁକ୍ରବାର) ସକାଳେ ସ୍ଥାନୀୟ ଲୋକେ 16ନଂ ଜାତୀୟ ରାଜପଥର ମିର୍ଜାପୁର ଠାରେ ଦୁଇଟି ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଲୋକେ ପାଣିକୋଇଲି ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିଥିଲା ।

ମୃତଦେହ ପଡିଥିବା କିଛି ଦୂରରେ ଏକ ବାଇକ ସହ ସିନ୍ଦୁର ଓ ମୋବାଇଲ ଚାର୍ଜର ଥିବା ଏକ ଟିଫିନ ବକ୍ସ ପଡିଥିବା ଦେଖିବାକୁ ମିଳିଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟକରି ଏହାକୁ ପୋଲିସ ହତ୍ୟା ସନ୍ଦେହ କରୁଛି । ପୋଲିସର ଛାନଭିନ ପରେ ମୃତ ଯୁବକ ଦୁଇଜଣ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବିଜୟ କୁମାର ସାହୁ ଓ ମାନସ ଦାସ ବୋଲି ଜଣାପଡିଥିଲା ।

ତେବେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସେପଟେ ଘଟଣାକୁ ନେଇ ପାଣିକୋଇଲି ଥାନା ଏବଂ ଯାଜପୁର ମେଡିକାଲରେ ମଧ୍ୟ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକେ ହତ୍ୟାକାଣ୍ଡ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି । ସେପଟେ ଅତିରିକ୍ତ ଡ଼ିଏସପି ଓ ଭାରପ୍ରାପ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଉଭୟ ପରିବାରଙ୍କୁ ପ୍ରଦାନ କରିବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.