ETV Bharat / state

ଯାଜପୁରରେ ଦୁଇଟି କୋରୋନା ଟୀକାକରଣ କେନ୍ଦ୍ର ଉଦଘାଟିତ - ଦୁଇଟି କରୋନା ଟୀକାକରଣ କେନ୍ଦ୍ର ଉଦଘାଟିତ

ପ୍ରଥମ ଥର ପାଇଁ ଯାଜପୁରର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଓ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରୋନା ପାଇଁ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । ସ୍ଥାନୀୟ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁରରେ ଦୁଇଟି କରୋନା ଟୀକାକରଣ କେନ୍ଦ୍ର ଉଦଘାଟିତ

author img

By

Published : Jan 21, 2021, 10:23 PM IST

ଯାଜପୁର: ଆଜି (ଗୁରୁବାର) ପ୍ରଥମଥର ପାଇଁ ଯାଜପୁରର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଓ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରୋନା ପାଇଁ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । ସ୍ଥାନୀୟ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ବଳ ଓ ଦାନଗଦୀ ମେଡିକାଲ ଅଫିସର ଡା. ମଳୟ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ ସହକର୍ମୀ ମାନେ ଉପସ୍ଥିତ ରହିଥିଲେ ।

ଯାଜପୁରରେ ଦୁଇଟି କରୋନା ଟୀକାକରଣ କେନ୍ଦ୍ର ଉଦଘାଟିତ

ଏହାର ସୁପରିଚାଳନା ନିମନ୍ତେ ୬ ଜଣିଆ ନିରିକ୍ଷକ ଟିମ୍ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହି କେନ୍ଦ୍ରରେ ଆଜି ଗୋଟିଏ ଦିନରେ 100 ଜଣ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ସଫେଇ କର୍ମଚାରୀଙ୍କୁ କୋରୋନା ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ବି ସ୍ବାସ୍ଥ୍ୟ କର୍ମୀଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଏହି ଟିକା କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ଜିଲ୍ଲାରେ ବର୍ତ୍ତମାନ ଶତପ୍ରତିଶତ କରୋନା ଟୀକାକରଣ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୮୮୫ ଜଣ ଟିକା ନେବାରେ ଥିଲାବେଳେ ଜିଲ୍ଲାରେ ସର୍ବମୋଟ ୧୧,୮୦୦ ଜଣ କୋରୋନା ଟିକା ନେବାପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ଏହା ନିଶ୍ଚିତ ଜିଲ୍ଲାରେ ସଫଳ ହେବ ବୋଲି ଚିକିତ୍ସା ଅଧିକାରୀ ବ୍ଳକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.