ETV Bharat / state

କୁଆଖିଆରେ ବେଆଇନ ଗୁଟଖା କାରବାର, ଦୁଇ ଗିରଫ

author img

By

Published : Nov 3, 2020, 4:11 PM IST

ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ବେଆଇନ ଭାବେ ଗୁଟଖା ବା ଗୁଣ୍ଡି ଚାଲାଣ କରି ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଏକ କାର ସହ ୪ ବସ୍ତା ଗୁଣ୍ଡି ପାଉଡର, ଗୁଟଖା ପ୍ୟାକିଂ ପାଇଁ ପଲିଥିନ ଓ ଦୁଇ ବଣ୍ଡଲ ଗୁଟଖା ରାପ୍ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ...

କୁଆଖିଆରେ ବେଆଇନ ଗୁଠଖା କାରବାର, ଦୁଇ ଗିରଫ
କୁଆଖିଆରେ ବେଆଇନ ଗୁଠଖା କାରବାର, ଦୁଇ ଗିରଫ

ଯାଜପୁର: ବେଆଇନ ଭାବେ ଗୁଟଖା ବା ଗୁଣ୍ଡି ଚାଲାଣବେଳେ ପୋଲିସ ହାତରେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣରେ ଗୁଟଖା ପ୍ୟାକେଟ ଓ ଗୁଣ୍ଡି ପାଉଡର ଜବତ କରିଛି ପୋଲିସ । ବହୁ ଦିନ ଧରି ଏହି ଅଭିଯୁକ୍ତମାନେ ଏହି ବେଆଇନ ଗୁଟଖା କାରବାରରେ ସମ୍ପୃକ୍ତ ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

କୁଆଖିଆରେ ବେଆଇନ ଗୁଠଖା କାରବାର, ଦୁଇ ଗିରଫ

କୁଆଖିଆ ଥାନା ବଡ଼ବିରୁଆଁ ଛକ ନିକଟରେ ବିଭିନ୍ନ ଗାଡ଼ି ଯାଞ୍ଚ ଚଳାଇଥିଲା ପୋଲିସ । ଯାଞ୍ଚ ବେଳେ ଏକ କାରରୁ ୪ ବସ୍ତା ଗୁଣ୍ଡି ପାଉଡର, ଗୁଟଖା ପ୍ୟାକିଂ ପାଇଁ ପଲିଥିନ ଓ ଦୁଇ ବଣ୍ଡଲ ଗୁଟଖା ରାପ୍ ଜବତ କରିଛି କୁଆଖିଆ ପୋଲିସ । ଗିରଫ ହୋଇଥିବା ଦୁଇ ଗୁଟଖା ବ୍ୟବସାୟୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସମରେଶ ସାହୁ ଓ ଧର୍ମାଶିଷ ସାହୁ । ଦୁଇ ଜଣ ବହୁଦିନ ଧରି ଏହି ଥାନା ଅଞ୍ଚଳରେ ଗୁଟଖା ତିଆରି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରୁଥିବା ନେଇ ସୂଚନା ମିଳିଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ଏହି ବେଆଇନ ଗୁଟଖା କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ। ତଦନ୍ତ ପରେ କୁଆଖିଆ ପୋଲିସ ଆଜି(ମଙ୍ଗଳବାର) ସେମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.