ETV Bharat / state

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ - ସ୍ୱାଭାବିକ ହେଲା ରେଳ ଚଳାଚଳ

ଦୀର୍ଘ ୧୪ ଘଣ୍ଟା ପରେ କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ଅଧିକ ପଢନ୍ତୁ

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ
କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ
author img

By

Published : Nov 22, 2022, 11:25 AM IST

ଯାଜପୁର: କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ସମସ୍ତ ଲାଇନରେ ଟ୍ରେନ ଯାତାୟତ ଆରମ୍ଭ ହୋଇଛି । ଦୀର୍ଘ ୧୪ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରିବା ପରେ ଆଜି ସ୍ବାଭାବିକ ହୋଇଛି । କୋରେଇ ଷ୍ଟେସନରେ ଗତକାଲି ଦୁର୍ଘଟଣା ଘଟିବା ପରେ ବନ୍ଦ ରହିଥିବା ଟ୍ରେନ ଯାତାୟତ । ରେଳ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରେନ ଲାଇନ ଠିକ ହୋଇଥିଲା । ଆଜି ସକାଳ ସୁଦ୍ଧା ସମସ୍ତ ଟ୍ରେନ ଲାଇନ ଠିକ ହେଇଯାଇଥିବା ସୂଚନା ମିଳିବା ପରେ ରେଳ ଚଲାଚଳ ସ୍ବଭାବିକ ହୋଇଛି ।

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ସମୟରେ ଏକ ମାଲବାହୀ ଟ୍ରେନ ଭାରସାମ୍ୟ ହରାଇ ଯାତ୍ରୀ ବିଶ୍ରାମଗୃହକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନର 4ଟି ଡବା ପ୍ଲାଟଫର୍ମ ଉପରକୁ ମାଡ଼ିଯିବା ସହିତ ଫୁଟ ଓଭର ବ୍ରିଜ ଯାତ୍ରୀ ବିଶ୍ରାମଗୃହ ସମେତ ଟିକେଟ କାଉଣ୍ଟର ଗୃହ ସମ୍ପୂର୍ଣ୍ଣ ବାଙ୍ଗି ଯାଇଛି । ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ୟ ଅଧା ଭାଙ୍ଗିଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ କୋରେଇ ଷ୍ଟେସନରେ ରେଳ ଚଳାଚଳ ଠପ ହୋଇଯାଇଥିଲା ।

ଏକ୍ସପର୍ଟ ଟିମ ଆସି ତଦନ୍ତ ଆରମ୍ଭ କରିଥିବାବେଳେ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଏହି ଟ୍ରେନ୍‌ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତି ମାନେ ଚିକିତ୍ସା ପାଇଁ ପ୍ରଥମେ କୋରେଇ ଓ ପରେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଟ୍ରେନ ଦୁର୍ଘଟଣା ପରେ ଗତକାଲି ୮ଟିଟ୍ରେନ ବାତିଲ କରାଯାଇଥିଲା । ସେହିପରି ୧୬ଟି ଟ୍ରେନର ମାର୍ଗ ପରିବର୍ତ୍ତନ ଓ ୫ଟି ଟ୍ରେନ ଆଂଶିକ ବାତିଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ମାଡିଗଲା ମାଲଗାଡି, ଅଧା ରହିଗଲା ଯାତ୍ରା

ଟ୍ରେନ ଦୁର୍ଘଟଣାରେ ମୃତ ଅବଜୁନ ବିବିଙ୍କ ପରିବାର ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବିରେ ଷ୍ଟେସନ ପରିସରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେପଟେ ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନେଇ ଘୋଷଣା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ରେଳ ବିଭାଗ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଥିଲେ । ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ଭାବେ ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.