ETV Bharat / state

ମନ କିଣୁଛି ଅଶୋକଝର, ଜମୁଛି ପର୍ଯ୍ୟଟକଙ୍କ ଭିଡ - ଅଶୋକଝର ଜଳପ୍ରପାତ

ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଝରଣା। ଯେଉଁଥିପାଇଁ ଏହାର ନାଁ ଅଶୋକଝର। ଏହାର ପାହାଡ ଉପରେ ଥିବା ମା’ ଅଶୋକେଶ୍ବରୀଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏଠି ପୂଜା ପାଉଛନ୍ତି ମା’ । ଅଧିକ ପଢନ୍ତୁ...

ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ
ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ
author img

By

Published : Jan 21, 2020, 3:05 PM IST

ଯାଜପୁର: ସୁକିନ୍ଦା ବ୍ଲକର ଅଶୋକଝର ଜଳପ୍ରପାତ । ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟନି ସହ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଝରଣା। ଯେଉଁଥିପାଇଁ ଏହାର ନାଁ ଅଶୋକଝର। ଏହାର ପାହାଡ ଉପରେ ଥିବା ମା’ ଅଶୋକେଶ୍ବରୀଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏଠି ପୂଜା ପାଉଛନ୍ତି ମା’ । ଏହି କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିଲେ ବି ଭିତ୍ତିଭୂମିର ବିକାଶ ଏଯାଏଁ ହୋଇନାହିଁ । ପ୍ରତିବର୍ଷ ମକର ସଂକ୍ରାନ୍ତୀ ଠାରୁ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ।

ମନ କିଣୁଛି ଅଶୋକଝର: ଜମୁଛି ପର୍ଯ୍ୟଟକଙ୍କ ଭିଡ

ସବୁଜବନାନୀ ଭରା ସୁଶୋଭିତ ପରିବେଶ । ପାହାଡ ପାଦଦେଶରୁ ଶୀର୍ଷ ଯାଏ ଲମ୍ବିଛି ଏକ ରାସ୍ତା । କେଉଁଠି କେଉଁଠି ଦୃଶ୍ୟମାନ ହେଉଛି ପୂରାତନ ପାହାଚ । ସତେ ଯେମିତି କେଉଁ ଏକ ଅଜଣା ଚିତ୍ରକର ପର୍ଯ୍ୟଟକଙ୍କ ମନ ମୋହିବାକୁ ସୁନ୍ଦର ଚିତ୍ରଟିଏ ଆଙ୍କି ଦେଇଛି । ସତରେ ନିଆରା ଏ ପରିବେଶ । ଆତ୍ମବିଭୋର ହୋଇ ଉଠନ୍ତି ଏଠାକୁ ବୁଲି ଆସୁଥିବା ଦୂରଦୂରାନ୍ତର ପର୍ଯ୍ୟଟକ । ଏପଟେ ବଣଭୋଜି ପାଇଁ ପ୍ରତିଦିନ ଏଠାକୁ ଛୁଟୁଛନ୍ତି ଶହ ଶହ ପୁରୁଷ ଓ ମହିଳା । ତେବେ ମହିଳାଙ୍କ ଶୌଚ ପାଇଁ ଶୌଚାଳୟ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ । ଭଲ ରାସ୍ତା, ବିଶ୍ରାମାଗାର କିମ୍ବା ଆଲୋକ ବ୍ୟବସ୍ଥା ନଥିବାରୁ ସଭିଏଁ, ଖାସ୍ କରି ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଶୋକଝର। ଏହି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ କରାଗଲେ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ସମ୍ଭବ ହୋଇପାରନ୍ତା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-ashokjhara_tourist_spot
format-pkg(spl)
reporter-Gyanaranjan ojha
place-jajpur
date-18.1.2020
Anchor--- ଯାଜପୁର ସୁକିନ୍ଦା ବ୍ଲକର ଅଶୋକଝରକୁ ମିଳିଛି ପର୍ୟ୍ୟୁଟନ ସ୍ଥଳୀର ମାନ୍ୟତା । ସବୁଜ ବନାନୀ ଓ ପାହାଡ ପରିବେଷ୍ଠନୀରେ ସୁଶୋଭିତ ହେଉଛି ଏହି ଅଞ୍ଚଳ । ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଏକ ସୁନ୍ଦର ଝରଣା । ଯେଉଁଥିପାଇଁ ଏହାର ନାଁ ହୋଇଛି ଅଶୋକଝର । କାହିଁ କେଉଁ ଅନାଦୀ କାଳରୁ ପାହାଡ ଉପରେ ପୂଜା ପାଉଛନ୍ତି ମା ଅଶୋକେଶ୍ବରୀ । ପ୍ରତିଦିନ ଏଠାକୁ ଛୁଟୁଛି ପର୍ୟ୍ୟଲଟକଙ୍କ ସୁଅ । କିଏ ଏଠାକୁ ବଣଭୋଜି କରିବାକୁ ଆସୁଛନ୍ତି ତ କିଏ ଏହାର ମନୋରମ ପରିବେଶକୁ ଉପଭୋଗ କରୁଛନ୍ତି । ହେଲେ ଏହାର ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ସ୍ଥରରେ ସେଭଳି କୌଣସି ଠୋସ ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ଫଳରେ ପର୍ୟ୍ୟeଟକ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସରକାର ଏବଂ ପ୍ରର୍ୟ୍ୟ ଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଆପତ୍ତି ଜଣାଇଛନ୍ତି ପର୍ୟ୍ୟଇଟକ । ପର୍ୟ୍ୟଂଟନସ୍ଥଳୀ ଅଶୋକଝରକୁ ନେଇ ଦେଖନ୍ତୁ ଈଟିଭି ଭାରତର ଏଇ ସ୍ବତନ୍ତ୍ର କାର୍ୟ୍ୟାକ୍ରମ ଟୁରିଷ୍ଟ ସ୍ପଟ୍ ।
Body:Vo-୦୧--ଏ ହେଉଛି ସୁକିନ୍ଦାର ଅଶୋକଝର ପାହାଡ । ଆଉ ଏ ହେଉଛି ସେହି ପାହାଡ ଉପରେ ଥିବା ମା ଅଶୋକେଶ୍ବରୀଙ୍କ ମନ୍ଦିର । କାହିଁ କେଉଁ ଅନାଦୀ କାଳରୁ ଏଠାରେ ପୂଜା ପାଉଛନ୍ତି ମା । ଯଥା ରୀତିନୀତିରେ ହେଉଛି ପୂଜାର୍ଚ୍ଚନା । କୁହାଯାଏ ଏହି କ୍ଷେତ୍ର ଏକଦା ପାଲଟିଥିଲା ସାଧୁସନ୍ଥଙ୍କର ତପଭୂଇଁ । ସବୁଜ ବନାନୀ ଓ ପାହାଡ ପରିବେଷ୍ଠନୀରେ ସୁଶୋଭିତ ହେଉଛି ଏହି କ୍ଷେତ୍ର । ସୁଉଚ୍ଚ ପାହାଡର ଏକ ଅଶୋକ ବୃକ୍ଷ ମୂଳରୁ ବାହାରିଛି ଏକ ସୁନ୍ଦର ଝରଣା । ଯେଉଁଥିପାଇଁ ଏହାର ନାଁ ହୋଇଛି ଅଶୋକଝର । ଏହାକୁ ପର୍ୟ୍ୟରଟନସ୍ଥଳୀର ମାନ୍ୟତା ମିଳିଥିଲେ ବି ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ସ୍ତରରେ ସେଭଳି କିଛି ଠୋସ ପଦକ୍ଷେପ ନିଆ ଯାଉନାହିଁ । ପ୍ରତିବର୍ଷ ମକର ସଂକ୍ରାନ୍ତୀ ଠାରୁ ଏଠାରେ ପର୍ୟ୍ୟଷଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ଅନେକ ଆଡୁ ଲୋକେ ଏଠାକୁ ବଣଭୋଜି କରିବାକୁ ଆସନ୍ତି ।
bite-୦୧-- ମହନ୍ତ ଜଗନ୍ନାଥ କର, ଅଶୋକେଶ୍ବରୀ ମଠ
bite-୦୨-- ପବିତ୍ର ବାରିକ, ପର୍ୟ୍ୟୋଟକ
vo-୦୨-ସବୁଜ ବନାନୀ । ସୁଉଚ୍ଚ ପାହାଡ । ନିର୍ଝର ଝରଣା । ସୁଶୋଭିତ ପରିବେଶ । ପାହାଡର ପାଦଦେଶରୁ ଶୀର୍ଷ ଯାଏ ଲମ୍ବିଛି ଏକ ଲମ୍ବା ରାସ୍ତା । କେଉଁଠି କେଉଁଠି ଦୃଶ୍ୟମାନ ହେଉଛି ପୁରାତନ ପାହାଚ ମାନ । ସତେ ଯେମିତି କେଉଁ ଏକ ଅଜଣା ଚିତ୍ରକାର ପର୍ୟ୍ୟତଟକଙ୍କ ମନ ମୋହିବାକୁ ସୁନ୍ଦର ଚିତ୍ର ଟିଏ ଆଙ୍କି ଦେଇଛି । ସତରେ ନିଆରା ଏ ପରିବେଶ । ଆତ୍ମବିଭୋର ହୋଇ ଉଠନ୍ତି ଏଠାକୁ ପରିଦର୍ଶନରେ ଆସୁଥିବା ଦୂରଦୂରାନ୍ତର ପର୍ୟ୍ୟଆଟକ । କେବଳ ଏହା ପର୍ୟ୍ୟକଟନ ପାଇଁ ନୁହେଁ ବଣଭୋଜି ପାଇଁ ମଧ୍ୟ ଏହାର ଖ୍ୟାତି ରହିଛି । ବଣଭୋଜି କରିବାକୁ ପ୍ରତିଦିନ ଏଠାକୁ ଛୁଟୁଛନ୍ତି ଶହ ଶହ ପୁରୁଷ ଓ ମହିଳା । ମହିଳାଙ୍କ ଶୌଚ ପାଇଁ ଶୌଚଗୃହ ଟିଏ ନଥିବାରୁ ମହିଳା ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଲ ରାସ୍ତା, ବିଶ୍ରାମାଗାର କିମ୍ବା ଆଲୋକ ବ୍ୟବସ୍ଥା ନଥିବାରୁ ପର୍ୟ୍ୟାଟକ ଏବଂ ଖାସ୍ କରି ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।
bite-୦୩-- କଳ୍ପନା, ପର୍ୟ୍ୟାଟକ
bite-୦୪-- ଇନ୍ଦୁମତି ବିହାରୀ, ପର୍ୟ୍ୟ୍ଟକ
Conclusion:fvo-ପ୍ରାକୃତିକ ସୌନ୍ଦର୍ୟ୍ୟଭରେ ଭରପୁର ଏହି ଅଶୋକଝର । କିନ୍ତୁ କେବେ ଏହି ପର୍ୟ୍ୟତଟନସ୍ଥଳୀର ଭିତ୍ତିଭୂମିର ବିକାଶ ହେବ ଏବଂ କେବେ ଆଗନ୍ତୁକ ମହିଳା ନିଜକୁ ସୁରକ୍ଷିତ ମଣିବେ ? ତାହା ହିଁ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.