ETV Bharat / state

ରାସ୍ତା କଡରୁ ୩ ମାସର ଶିଶୁପୁତ୍ର ଉଦ୍ଧାର

author img

By

Published : Sep 16, 2022, 12:05 PM IST

Updated : Sep 16, 2022, 12:29 PM IST

ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ନିକଟସ୍ଥ ରାସ୍ତା କଡରୁ ତିନି ମାସର ଶିଶୁ ପୁତ୍ରକୁ ଉଦ୍ଧାର କରିଛି କଳିଙ୍ଗନଗର ପୋଲିସ ।

ରାସ୍ତା କଡରୁ ୩ ମାସର ଶିଶୁ ପୁତ୍ର ଉଦ୍ଧାର
ରାସ୍ତା କଡରୁ ୩ ମାସର ଶିଶୁ ପୁତ୍ର ଉଦ୍ଧାର

ଯାଜପୁର: ରାସ୍ତା କଡରୁ ୩ ମାସର ଶିଶୁ ପୁତ୍ର ଉଦ୍ଧାର (Three Month Child Rescued From Road Side) । ହସ୍ପିଟାଲରେ ଭର୍ତ୍ତି ପରେ ସ୍ବାସ୍ଥ୍ୟ ଭଲ ଥିବା ସୂଚନା । ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ନିକଟସ୍ଥ ରାସ୍ତା କଡରୁ ଶିଶୁଟିକୁ ଉଦ୍ଧାର କଲା ପୋଲିସ । ତେବେ ଶିଶୁଟିର ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ସନ୍ଧ୍ୟା ୭ଟା ସମୟରେ ଦୁର୍ଗାପୁର ନିକଟସ୍ଥ ରାସ୍ତା କଡ଼ରେ ଏହି ଶିଶୁପୁତ୍ର ଟିକୁ କେହି ଛାଡ଼ିଦେଇ ଚାଲିଯାଇଥିଲା । ଶିଶୁପୁତ୍ରଟିର କାନ୍ଦିବା ଶୁଣି ସ୍ଥାନୀୟ ଅଞ୍ଚଳର ମହେଶ୍ବର ତିଉ ନାମକ ଜଣେ ବ୍ୟକ୍ତି ପାଖକୁ ଯାଇଦେଖିବା ପରେ କଳିଙ୍ଗନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଦାନଗଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ରାସ୍ତା କଡରୁ ୩ ମାସର ଶିଶୁପୁତ୍ର ଉଦ୍ଧାର

ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲଥିବା ଜଣା ପଡ଼ିଛି । ତେବେ କିଏ ଓ କାହିଁକି କେଉଁ ପରିସ୍ଥିତିରେ ଶିଶୁଟୁକୁ ରାସ୍ତାରେ ଛାଡି ପଳାଇଲା ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଖବର ଶିଶୁ ସୁରକ୍ଷା ୟୁନିଟ୍‌ ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶିଶୁଟିକୁ ନେଇଯାଇଥିବା ସୂଚନା ମିଳିଛି ।

ଏନେଇ ଉଦ୍ଧାର କରିଥିବା ବ୍ୟକ୍ତି ମହେଶ୍ବର ତିଉ କହିଛନ୍ତି ଯେ, ''ଶିଶୁଟିକୁ କିଏ ରାସ୍ତା ଉପରେ ଶୁଆଇ ଦେଇ ଚାଲିଯାଇଥିଲେ, ଶିଶୁଟି କାନ୍ଦିବା ଶବ୍ଦ ଶୁଣିବା ପରେ ଆମେ ତାକୁ ସେଠାରୁ ଉଠାଇ ନେଇଯାଇଥିଲୁ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲୁ, ପୋଲିସ ପହଞ୍ଚିବା ପରେ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି, ପୋଲିସ ତଦନ୍ତ ଜାରି ରଖିଛି ।''

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଯୁବକଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

ଏନେଇ ସ୍ଥାନୀୟ ମହିଳା ଗୁରୁବାରି ତିଉ କହିଛନ୍ତି ଯେ, ''ମୁଁ ମୋବାଇଲ ଚାର୍ଜ କରିବାକୁ ଯାଇଥିଲି ସେଠାରୁ ଫେରିବା ପରେ ଗୋଟିଏ ଶିଶୁର ସ୍ବର ଶୁଣିବାକୁ ପାଇଥିଲି । ଏହାପରେ ମୋ ସମ୍ପର୍କୀୟଙ୍କୁ ଡାକି ଦେଖିବାବେଳେ, ଏକ ଶିଶୁ କାନ୍ଦୁଥିବାରୁ ଜାଣିବାକୁ ପାଇଥିଲୁ, ଏହାପରେ ଶିଶୁଟିକୁ ହସ୍ପିଟାଲକୁ ଆଣିଥିଲୁ ।''

ଜୁନ ମାସରେ ବୈଦ୍ଧ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଥିଲା । ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗ୍ରାମ ରାସ୍ତା କଡରୁ ଏକ ଦେଢ ବର୍ଷର ଶିଶୁକୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । ଏହା ପରେ ଚାଇଲ୍ଡ ଲାଇନ ଓ ବୌଦ୍ଧ ଆଦର୍ଶ ଥାନାକୁ ସୂଚନା ଦେବା ପରେ ୧୧୨ ସହାୟତା ଗାଡ଼ିରେ ଶିଶୁକୁ ବୌଦ୍ଧ ଅଣାଯାଇ ଡାକ୍ତରଖାନାରେ ଚିକିତ୍ସା ପରେ ଶିଶୁ ମଙ୍ଗଳ ସମିତିକୁ ନିଆଯାଇଥିଲା ।

Last Updated : Sep 16, 2022, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.