ETV Bharat / state

ସରୁଛି ଡେଡଲାଇନ: ଆରଟିଓ ଅଫିସରେ ଆବେଦନକାରୀଙ୍କ ଭିଡ - RTO office

ସରୁଛି ରାଜ୍ୟ ସରକାର ଦେଇଥିବା ଏମଭି ଆକ୍ଟ-2019 ପାଇଁ ଦେଇଥିବା କୋହଳ ସୀମା । ମାର୍ଚ୍ଚ 1 ଠାରୁ ଆରମ୍ଭ ହେବ ପୁଣି ଥରେ ଧରପଗଡ ଅଭିଯାନ । ଏହା ପୂର୍ବରୁ ଲୋକଙ୍କ ସଚେତନତା ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

The term of the MV Act expires: Crowds of applicants gather at the RTO office
ସରୁଛି ଏମଭି ଆକ୍ଟର ଅବଧି: ଆରଟିଓ ଅଫିସରେ ଜମୁଛି ଆବେଦନକାରୀଙ୍କ ଭିଡ
author img

By

Published : Feb 29, 2020, 8:46 PM IST

ଯାଜପୁର: ରାଜ୍ୟରେ ସାମୟିକ ସମୟ ପାଇଁ କୋହଳ ହୋଇଥିଲା ଏମଭି ଆକ୍ଟ-2019 । ରାଜ୍ୟ ସରକାର ଦେଇଥିବା ସମୟର ଏବେ ମାତ୍ର ଆଉ ଗୋଟିଏ ଦିନ । ମାର୍ଚ୍ଚ 1ରୁ ପୁଣି ଥରେ ଆରମ୍ଭ ହେବ ଧରପଗଡ ଅଭିଯାନ । କିନ୍ତୁ ସମୟ ସୀମା ଶେଷ ପୂର୍ବରୁ ଲୋକମାନେ ସଚେତନ ହୋଇପଡିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ କିଏ ଡିଏଲ ପାଇଁ ତ ଆଉ କିଏ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସୁଛନ୍ତି । ଯେଉଁ କାରଣରୁ ଉଭୟ ଯାଜପୁର ଓ ଚଣ୍ଡିଖୋଲ ଆରଟିଓ ଅଫିସରେ ଦେଖିବାକୁ ମିଳିଥିଲା ଆବେଦନକାରୀଙ୍କ ଭିଡ ।

ସରୁଛି ଏମଭି ଆକ୍ଟର ଅବଧି: ଆରଟିଓ ଅଫିସରେ ଜମୁଛି ଆବେଦନକାରୀଙ୍କ ଭିଡ

ଗାଡି ପଞ୍ଜିକରଣ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ନିଜର ଡ୍ରାଇଭିଂ ଲାଇସେନ୍ସର ଆବେଦନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇରହିଛନ୍ତି ଶହ ଶହ ଲୋକେ । ନିୟମ ଲାଗୁ ହେବା ପରେ ଏବେ ପ୍ରାୟ 99 ପ୍ରତିଶତ ଲୋକ ହେଲମେଟ୍ ବା ସିଟ୍ ବେଲ୍ଟ ଲଗାଇବାକୁ ଭୁଲୁନାହାଁନ୍ତି । ତେବେ ଯେଉଁମାନେ ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ସେମାନେ ମଧ୍ୟ ନିଜର ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର କରିବା ପାଇଁ ସଚେତନ ହୋଇଛନ୍ତି । କିଏ ତିନି ଦିନ ତ କିଏ ଦୀର୍ଘ 4ଦିନ ଧରି ପ୍ରତିଦିନ ଆସି ଆରଟିଓ ଅଫିସ୍ ଆଗରେ ଧାଡିରେ ଛିଡାହୋଇ ରହୁଛନ୍ତି । ଆଉ ଆଇନ ଅବମାନନା କରୁଥିବା ଲୋକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯିବ ।

ତେବେ ବର୍ତ୍ତମାନ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ବିଭାଗୀୟ ଅଧିକାରୀ ମଧ୍ୟ ଏମଭି ଆକ୍ଟକୁ ନେଇ ତତ୍ପର ହୋଇପଡିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.