ଯାଜପୁର: ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ବଡ଼ଚଣା ବ୍ଲକ କଳାଶ୍ରୀ ଗୋପାଳପୁର ଅଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ଲୋକେ କିଭଳି ଭୟାବହ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ସେ ନେଇ ସେ ସୂଚନା ଦେଇଥିଲେ ।
ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ବନ୍ୟା ଘେରରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରିଥିଲେ ସମୀର । ଜିଲ୍ଲାରେ ହୋଇଥିବା କୃତ୍ରିମ ଘାଇ ଯୋଗୁଁ ଜିଲ୍ଲାରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସମୀର ମହାନ୍ତି ଅଭିଯୋଗ କରିଥିଲେ । ତୁରନ୍ତ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ସେ ଦାବି କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ