ETV Bharat / state

ବ୍ୟାସନଗରରେ ଗଛକଟାକୁ ନେଇ ଉତ୍ତେଜନା, ପ୍ରଶାସନର ହସ୍ତକ୍ଷେପ ପରେ ମାନିଲେ ଗାଁ ଲୋକେ - ରେଳ ଲାଇନ କାମ ବେଳେ ଗଛ କଟାକୁ ନେଇ ଉତ୍ତେଜନା

ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ଯୋଡବାର ଗାଁ ନିକଟରେ ରେଳଲାଇନ କାମ କରିବା ବେଳେ ଗଛ କଟାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଜିଲ୍ଲା ପ୍ରଶାସନର ଆଲୋଚନା ଶେଷ । ପରିସ୍ଥିତି ଆୟତ୍ତକୁ ଆସିଥିବା ଅତିରିକ୍ତ ତହସିଲଦାର ବିକ୍ରମ କୁମାର ବିଶ୍ବାଳଙ୍କ ସୂଚନା । ଅଧିକ ପଢନ୍ତୁ

ରେଳ ଲାଇନ କାମ ବେଳେ ଗଛ କଟାକୁ ନେଇ ଉତ୍ତେଜନା: ପ୍ରଶାସନର ଆଲୋଚନା ପରେ ପରିସ୍ଥିତି ଆୟତ୍ତ

author img

By

Published : Jul 16, 2022, 12:15 PM IST

ଯାଜପୁର: ଗଛ କଟାକୁ ନେଇ ଲାଗି ରହିଥିବା ଉତ୍ତେଜନା ଶାନ୍ତ ପଡିଛି । ପ୍ରଶାସନ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଛି ।ବ୍ୟାସନଗର ସ୍ଥିତ ଯୋଡବାର ଗାଁ ନିକଟରେ ରେଳ ଲାଇନ କାମ କରିବା ବେଳେ ଗଛ କଟାକୁ ନେଇ ଲାଗି ରହିଥିଲା ଉତ୍ତେଜନା । ତେବେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଅତିରିକ୍ତ ତହସିଲଦାର ବିକ୍ରମ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।

ରେଳ ଲାଇନ କାମ ବେଳେ ଗଛ କଟାକୁ ନେଇ ଉତ୍ତେଜନା: ପ୍ରଶାସନର ଆଲୋଚନା ପରେ ପରିସ୍ଥିତି ଆୟତ୍ତ

ସୂଚନା ମୁତାବକ, ଯାଜପୁର ରୋଡ ଥାନା ଯୋଡାବର ଗାଁ ନିକଟରେ ରେଳ ବିଭାଗର ଗୋଡାଉନ କାର୍ଯ୍ୟ ଚାଲିଛି । ତେବେ ଏହି କାର୍ଯ୍ୟ ଚାଲିଥିବା ବେଳେ ଯୋଡାବର ଗ୍ରାମବାସୀଙ୍କ ଦ୍ବାରା କିଛି ଲଗାଯାଇଥିବା ଗଛକୁ ଜେସିବି ଦ୍ବାରା ରେଳ କାର୍ଯ୍ୟ କରୁଥିବା ଠିକାଦାର ଓପାଡିବାକୁ ଚେଷ୍ଟା କରୁଥିଲେ । ଯାହାକୁ ଗ୍ରାମବାସୀ ବିରୋଧ କରିଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଇଥିଲା । ଗ୍ରାମବାସୀଙ୍କ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।

ଅତିରିକ୍ତ ତହସିଲଦାର, ଗ୍ରାମବାସୀ, ସ୍ଥାନୀୟ କାଉନସିଲର, ଯାଜପୁର ରୋଡ ଥାନା ଅଧିକାରୀ ଓ କମ୍ପାନୀ କର୍ମଚାରୀଙ୍କ ଦୀର୍ଘ ସମୟ ଆଲୋଚନା ପରେ ଗ୍ରାମବାସୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ତେବେ ଯୋଡାବର ଗାଁର ଜୈନିକ ବ୍ୟକ୍ତିଙ୍କ ଗଛକୁ ରେଳ ବିଭାଗର ଠିକା ସଂସ୍ଥା ପକ୍ଷରୁ ଗଛ କଟାକୁ ନେଇ ଉତ୍ତେଜନା ସୃଷ୍ଟି ହେଇଥିଲା । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.