ଯାଜପୁର: ବକେୟା ଦରମା ଦାବି କରି ପୌରପରିଷଦ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । କୋରୋନା ସମୟରେ କୋରୋନା ଯୋଦ୍ଧାଙ୍କୁ ମିଳୁନାହିଁ ଦରମା । ଏଭଳି ଅଭିଯୋଗ କରିଛନ୍ତି ବ୍ୟାସନଗର ପୌରପରିଷଦର ସଫେଇ କର୍ମଚାରୀ ।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବ୍ୟାସନଗରର ୧୮ନଂ ୱାର୍ଡରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଗତ ୩ମାସ ହେବ ଦରମା ମିଳିନଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିଛି ପୌରପରିଷଦର ୨୬ଟି ୱାର୍ଡର ସଫେଇ ପାଇଁ ଟେଣ୍ଡର ନେଇଥିବା ଜାଗୃତି କମ୍ପାନୀ ବିରୁଦ୍ଧରେ । ତେବେ ଯଥାଶୀଘ୍ର ୩ ମାସର ବକେୟା ଦରମା ପ୍ରଦାନ ନକଲେ କାମ କରିବେନି ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ସେପଟେ ଜାଗୃତି କମ୍ପାନୀର କହିବା କଥା ପୌରପରିଷଦ ପକ୍ଷରୁ ବିଲ ମିଳିନି ଆଉ ତିନି ମାସ ନୁହେଁ ଗୋଟେ ମାସର ଦରମା ପାଇ ନାହାଁନ୍ତି ସଫେଇ କର୍ମଚାରୀ । ପୌରପରିଷଦରୁ ବିଲ ପାସ ହେବା ପରେ ସମସ୍ତ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବ ବୋଲି କମ୍ପାନୀ କହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ