ETV Bharat / state

ନେତାଙ୍କ ଦଳ ଡିଆଁକୁ ନେଇ ସରଗରମ ସୁକିନ୍ଦା ରାଜନୀତି - bjd

ନେତା ଏବଂ କର୍ମୀଙ୍କ ଦଳ ଡିଆଁକୁ ନେଇ ସରଗରମ ରହିଛି ସୁକିନ୍ଦା ରାଜନୀତି। ନିର୍ବାଚନ ପୂ୍ର୍ବରୁ ଦଳୀୟ ମିଶ୍ରଣ ପର୍ବର ଆୟୋଜନ କରୁଛନ୍ତି ବିଭିିନ୍ନ ଦଳ। ଏହା ଦ୍ୱାରା କେଉଁ ଦଳକୁ କଣ ଲାଭ ମିଳିବ ତାହା ଆଗାମୀ ଦିନରେ ଜଣାପଡିବ।

ଡିଜାଇନ ଫଟୋ
author img

By

Published : Apr 12, 2019, 5:36 PM IST

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦଳୀୟ ମିଶ୍ରଣକୁ ନେଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଜା । ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଛି ବେଙ୍ଗଡିଆଁ ପ୍ରତିଯୋଗିତା । ଗୋଟିଏ ପଟେ ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀ ବିଜେଡିରେ ସାମିଲ ହେଉଥିବା ବେଳେ, ଅନ୍ୟପଟେ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ଜନପ୍ରତିନିଧି ବିଜେପିରେ ସାମିଲ ହେଉଛନ୍ତି ।

ନିର୍ବାଚନ ପୂର୍ବରୁ ସୁକିନ୍ଦା ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିବା ବେଳେ, ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତଙ୍କ ନେତୃତ୍ବରେ ବିଜେପିରେ ସାମିଲ ହୋଇଥିଲେ ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜଙ୍କ ସମେତ ଅନେକ ବିଜେଡି କର୍ମୀ । ଏହି ମିଶ୍ରଣ ପର୍ବରେ ବି ସାମିଲ ହୋଇଥିଲେ ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରା ନେତା ଦାମୋଦର ରାଉତ ଏବଂ ଲେଖାଶ୍ରୀ ସାମନ୍ତସିଂହାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନିର୍ବାଚନ ଆସିଲେ ଦଳରେ ଆରମ୍ଭ ହୋଇଥାଏ ମିଶ୍ରଣ ପର୍ବ ପ୍ରତିଯୋଗିତା । ଏଥିପାଇଁ ନେତାଙ୍କ ଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ହୋଇଉଠନ୍ତି ସକ୍ରିୟ । ଦଳୀୟ ଅସନ୍ତୋଷର ପରିଣାମ ସ୍ବରୂପ କିଏ ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଯାଏ । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ଏହି ପ୍ରତିଯୋଗିତା । ଖାସକରି ଏହି ପ୍ରତିଯୋଗିତାରେ ଦୁଇ ପରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ ବିଜେପି ମୁହାଁମୁହିଁ ହେଉଛନ୍ତି ।

ନେତା ହୁଅନ୍ତୁ କିମ୍ବା କର୍ମୀ, ସେମାନଙ୍କର ଏହି ଦଳ ଡିଆଁ ସୁକିନ୍ଦାର ରାଜନୈତିକ ବାତାବରଣକୁ ସରଗରମ କରିରଖିଛି । ଏହା ଦ୍ବାରା କେଉଁ ଦଳକୁ କଣ ଲାଭ ମିଳିବ ତାହା ଆଗାମୀ ଦିନରେ ଜଣାପଡିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.