ETV Bharat / state

ଡାକ୍ତରଖାନା ଭିତ୍ତିଭୂମି ସଜାଡିବାକୁ ଅଣ୍ଟା ଭିଡିଲେ ବିଧାୟକ - ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଖଣିଜ ସମ୍ପଦ ଭରା ସୁକିନ୍ଦାରେ ମିଳିବ ଉଚ୍ଚମାନର ସ୍ବାସ୍ଥ୍ୟସେବା । ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇଁ ବିଧାୟକ ଆରମ୍ଭ କଲେ କାର୍ଯ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 21, 2019, 8:38 PM IST

ଯାଜପୁର: ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ସଜାଡିବା ପାଇଁ ଅଣ୍ଟା ଭିଡିଲେଣି ସୁକିନ୍ଦା ବିଧାୟକ ପ୍ରିତୀରଞ୍ଜନ ଘଡାଇ । ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ବିଲ୍ଡିଂ ଉଦଘାଟନ କରିବା ସହ ଡାକ୍ତର ଏବଂ କର୍ମଚାରୀଙ୍କ କ୍ବାଟର ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଖଣି ଅଞ୍ଚଳ ଭାବେ ଜଣାଶୁଣା ସୁକିନ୍ଦା। ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଶବ ସଂରକ୍ଷଣ ନିମନ୍ତେ ରେଫ୍ରିଜେରେଟର ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ବିଧାୟକ ଘୋଷଣା କରିଛନ୍ତି ।

ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପାଇଁ ଡିଏମଏଫ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG – MEDICAL
FORMAT – avb
REPORT – Gyanaranjan ojha
PLACE – JAJPUR
DATE – 21 . 08 . 19
ଆଙ୍କର
ଯାଜପୁର ଜିଲା ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିଭୂମି ସଜାଡିବା ପାଇଁ ବିଧାୟକଙ୍କ ଉଦ୍ୟମ । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ବିଲ୍ଡିଂକୁ ଉଦଘାଟନ କରିବା ସହିତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ପାଇଁ ଦୁଇଟି ନୂତନ କୋଠା ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଖଣି ଅଂଚଳ ଭାବେ ଜଣାଶୁଣା ସୁକିନ୍ଦା ଅଂଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତ୍ୟାଧିନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଶବ ସଂରକ୍ଷଣ ପାଇଁ ମଧ୍ୟ ରେପ୍ରିଂଜେରେଟର ର ବ୍ୟବସ୍ଥା ଖୁବ ଶିଘ୍ର କରାଯିବ ବୋଲି ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଘୋଷଣା କରିଛନ୍ତି । ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ଡିଏମଏପଂ ପାଣ୍ଠିରୁ ଭର୍ତି ହେବେ ବୋଲି ମଧ୍ୟ ବିଧାୟକ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ ।
ବାଇଟ୍:ପ୍ରିତିରଂଜନ ଘଡାଇ,ସୁକିନ୍ଦା ବିଧାୟକ
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.