ETV Bharat / state

ଜୀବିକା ମିଶନର‌ ବ୍ଲକ ସମ୍ପାଦିକାଙ୍କୁ ବହିଷ୍କାର ଦାବିରେ ଧାରଣା - ଓଡିଶା ଜୀବିକା ମିଶନ

ଓଡ଼ିଶା ଜୀବିକା ମିଶନର‌ (Odisha livelihood Mission) ବ୍ଲକସ୍ତରୀୟ ମହାସଂଘର ସମ୍ପାଦିକାଙ୍କୁ ପଦରୁ ବହିଷ୍କାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ଏହାର ପ୍ରତିବାଦରେ ସୁକିନ୍ଦା ବ୍ଳକ ସମ୍ମୁଖୀନରେ MBK ଓ CRP ସଙ୍ଘର ପକ୍ଷରୁ ଆମରଣ ଅନଶନ କରାଯାଇଛି । ଅଧିକ ପଢନ୍ତୁ

ଜୀବିକା ମିଶନର‌ ବ୍ଲକ ସମ୍ପାଦିକାଙ୍କୁ ବହିଷ୍କାର ଦାବିରେ ଧାରଣା

author img

By

Published : Jan 4, 2022, 9:00 PM IST

ଯାଜପୁର: ଓଡ଼ିଶା ଜୀବିକା ମିଶନର‌ (Odisha livelihood Mission) ବ୍ଲକସ୍ତରୀୟ ମହାସଂଘର ସମ୍ପାଦିକାଙ୍କୁ ପଦରୁ ବହିଷ୍କାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି MBK ଓ CRP ସଂଘ। ଏନେଇ ଆଜି ସଂଘ ପକ୍ଷରୁ ମହିଳାମାନେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଜୀବିକା ମିଶନର‌ ବ୍ଲକ ସମ୍ପାଦିକାଙ୍କୁ ବହିଷ୍କାର ଦାବିରେ ଧାରଣା

ସୂଚନା ଅନୁଯାୟୀ ଓଡ଼ିଶା ଜୀବିକା ମିଶନର‌ ବ୍ଲକ ଲେଭେଲ୍ ଫେଡେରେସନର ସମ୍ପାଦିକା ରଶ୍ମୀତା ଭଟ୍ଟାଚାର୍ଯ୍ୟ ଦୀର୍ଘଦିନ ଧରି ସମ୍ପାଦିକା ପଦବୀରେ ରହି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ସେ ନିଜ କ୍ଷମତାର ଅପବ୍ୟବହାର କରି ବ୍ଲକର MBK(Master Book Keeper) ବା ଦକ୍ଷ ନଥିପତ୍ର ପରିଚାଳିକା ଓ CRP(Community Resource person) ବା ଗୋଷ୍ଠୀ ସହାୟିକାଙ୍କୁ ଶୋଷଣ କରୁଛନ୍ତି। ଏଥିସହିତ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରି MBK ଓ CRPଙ୍କୁ ନାନା ଅସୁବିଧାରେ ପକାଉଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ବିରୋଧ କଲେ ସେ ନାଲି ଆଖି ଦେଖାଇବା ସହ ସମସ୍ତଙ୍କୁ ଗାଳିଗୁଲଜ କରୁଛନ୍ତି ।

ତେବେ ପୂର୍ବରୁ ଏନେଇ ବ୍ଲକର MBK ଓ CRP ସଂଘ ପକ୍ଷରୁ ଜିଲ୍ଲାପାଳ, ଜୀବିକା ମିଶନର‌ ଜିଲ୍ଲା ଓ ବ୍ଲକ ଅଧିକାରୀଙ୍କୁ ଅବଗତ କରାଯିବା ସହ ତାଙ୍କୁ ସମ୍ପାଦିକା ପଦବୀରୁ ବହିଷ୍କାର ପାଇଁ ଦାବି କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିନଥିଲା। ତେଣୁ ବାଧ୍ୟହୋଇ ଆଜି ସଂଘର ମହିଳାମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଛନ୍ତି। ରଶ୍ମୀତା ଭଟ୍ଟାଚାର୍ଯ୍ୟଙ୍କୁ ସମ୍ପାଦିକା ପଦବୀରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.