ETV Bharat / state

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

author img

By

Published : Jun 27, 2020, 4:08 PM IST

ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ...

ବିଜେପି ଓ କଂଗ୍ରେସ ଦଳର ୨୪୮ ଜଣ ନେତା ଓ କର୍ମୀ ବିଜେଡିରେ ସାମିଲ

ଯାଜପୁର: ଜିଲ୍ଲାରେ ଜାରି କୋରୋନା କଟକଣା ସମୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ । ଆଜି (ଶନିବାର) ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ ।

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ୨୪୮ ନେତା ଓ କର୍ମୀ

କୋଭିଡ ନିୟମକୁ ମାନିବା ସହ ସାମାଜିକ ଦୂରତ୍ବ ବଜାୟ ରଖି ସୌରିକ ଅଞ୍ଚଳରେ ଏଭଳି ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ପଦ୍ମ ଓ ହାତ ଛାଡି ଶଙ୍ଖ ଧରିଛନ୍ତି ସୁକିନ୍ଦା ଖଣି ଉପତ୍ୟାକାର ବହୁ ଜନପ୍ରତିନିଧି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର କାଳିଆପାଣି ଖଣି ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଜେପି ଓ କଂଗ୍ରେସର ମଙ୍ଗ ଧରିଥିବା ବହୁ ଜନ ପ୍ରତିନିଧି, ନେତା ଓ କର୍ମୀ ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କଅଁସ ପଞ୍ଚାୟତର ସରପଞ୍ଚ ଓ କାଳିଆପାଣି ପଞ୍ଚାୟତର ସମିତି ସଭ୍ୟଙ୍କ ସମେତ ଚିଙ୍ଗୁଡିପାଳ, କାଙ୍କଡପାଳ, ରାଁସୋଳ, କୁହିକା, ପିମ୍ପୁଡିଆ, କଅଁସ ଓ କାଳିଆପାଣି ଆଦି ପଞ୍ଚାୟତର ଉଭୟ ବିଜେପି ଓ କଂଗ୍ରେସ ଦଳର ୨୪୮ ଜଣ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ବିଧାୟକ ପ୍ରିତିରଞ୍ଜନ ଘଡାଇ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଏମାନଙ୍କୁ ଦଳକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିଭିନ୍ନ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବିଧାୟକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.