ETV Bharat / state

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ବିନା ପ୍ରତିଦ୍ବନ୍ଦ୍ବିତାରେ ସୁବାସିନୀ ନିର୍ବାଚିତ

author img

By

Published : Aug 22, 2019, 2:20 PM IST

ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଥିଲା । 29 ଗୋଟି ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ସୁବାସିନୀ ଶର୍ମା ନିର୍ବାଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବରୀ ପଞ୍ଚାୟତ ସମିତି ପୁଣି ଥରେ ବିଜେପି ଦଖଲରେ । ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଥିଲା । 29 ଗୋଟି ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ସୁବାସିନୀ ଶର୍ମା ନିର୍ବାଚିତ ହୋଇଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ସୁବାସିନୀ ବରୀ ବ୍ଲକ ଅଲ୍ଲୀପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଆସୁଥିଲେ । ସେତବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସୁନନ୍ଦା ଦାସ 21ଖଣ୍ଡ ଭୋଟ ପାଇ ବରୀ ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ବିଜେଡିକୁ 7ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ଖଣ୍ଡିଏ ଭୋଟ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗତ ସାଧାରଣ ନିର୍ବାଚନରେ ସୁନନ୍ଦା ବିଜେପି ଛାଡି ବିଜେଡିରେ ଯୋଗଦେବା ସହ ବିଜେଡିର ବିଧାୟକ ଟିକେଟ୍ ହାତେଇଥିଲେ ଏବଂ ବିଜୟ ଲାଭ କରି ବରୀ ବିଧାୟକା ରହିଛନ୍ତି । ବିଧାୟିକ ହେବା ପରେ ସୁନନ୍ଦା ଅଧ୍ୟକ୍ଷା ପଦ ଛାଡିଥିଲେ । ଫଳରେ ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସୁବାସିନୀ ନିର୍ବାଚିତ ହୋଇଛନ୍ତି ।

ବିଜେପି ନେତା ତଥା ବିଜେପିର ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଗୁରୁବାର ଉପନିର୍ବାଚନ ପାଇଁ ସୁବାସିନୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ବିଜେଡି ଏବଂ କଂଗ୍ରେସର ସମିତି ସଭ୍ୟ ସଂଖ୍ୟା କମ୍‌ ଥିବାରୁ ଉଭୟ ଦଳ ଏହି ନିର୍ବାଚନରେ ପ୍ରାର୍ଥୀ ଦେଇ ନଥିଲେ । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଉପନିର୍ବାଚନ ଶେଷ ହେବା ସହ ନିର୍ଦ୍ବନ୍ଦ୍ବରେ ସୁବାସିନୀ ବିଜୟୀ ଘୋଷିତ ହୋଇଛନ୍ତି ।

ବିଜୟ ପରେ ବରୀ ପଞ୍ଚାୟତ ବିଜେପି କର୍ମୀଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି । ବିଗତ ଦିନରେ ବରୀ ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ମୂଳୋତ୍ପାଟନ କରିବା ସହ ବ୍ଲକର ସମସ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୁବାସିନୀ । ସୁବାସିନୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ବିଜେଡି କୌଣସି ପ୍ରାର୍ଥୀ ଦେଇନଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଦେଖାଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-bari_block_election
format-avb
reporter-Gyanaranjan ojha
place-jajpur
date-21.08.19
anchor---ଆଜି ଯାଜପୁର ଜିଲ୍ଲା ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ 29 ଗୋଟି ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ଅପ୍ରତିଦ୍ବନ୍ଦୀ ପ୍ରାର୍ଥୀ ସୁବାଶିନୀ ଶର୍ମା ନିର୍ବାଚିତ ହୋଇଥିବା ଜଣାପଡିଛି । ଗତ ପଞ୍ଚାୟତ ନିର୍ବାଚନରେ ସୁବାଶିନୀ ବରୀ ବ୍ଲକ ଅଲ୍ଲୀପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଆସୁଥିଲେ । ସେତେବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସୁନନ୍ଦା ଦାସ 21ଖଣ୍ଡ ଭୋଟ ପାଇ ବରୀ ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିକୁ 7ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ଖଣ୍ଡିଏ ଭୋଟ୍ । ତେବେ ଗତ ସାଧାରଣ ନିର୍ବାଚନରେ ସୁନନ୍ଦା ବିଜେପି ଛାଡି ବିଜେଡିରେ ଯୋଗଦେବା ସହ ବିଜେଡିର ବିଧାୟକ ଟିକେଟ୍ ହାତେଇଥିଲେ ଏବଂ ବର୍ତ୍ତମାନର ବିଧାୟକା ଭାବେ ନିର୍ବାଚିତ ହୋଇଥିଲେ । ସୁନନ୍ଦା ବିଧାୟିକା ଭାବେ ନିର୍ବାଚିତ ହେବାପରେ ତାଙ୍କୁ ଅଧ୍ୟକ୍ଷା ପଦ ଛାଡିବାକୁ ପଡିଥିଲା । ଫଳରେ ଆଜି ଏଠାରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ବିଜେପିର ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଆଜିର ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନରେ ଏକମାତ୍ର ସୁବାଶିନୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏବଂ ଉଭୟ ବିଜେଡି ଏବଂ କଂଗ୍ରେସର ସମିତି ସଭ୍ୟ ସଂଖ୍ୟା ନ୍ୟୁନ ଥିବାରୁ ଉଭୟ ଦଳ ଏହି ନିର୍ବାଚନରେ ପ୍ରାର୍ଥୀ ଦେଇନଥିଲେ । ଗଣ୍ଡଗୋଳର ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ତେବେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ଶେଷ ହେବା ସହ ଫଳାଫଳ ଘୋଷଣା କରାଯାଇଛି । ବିଜେପି ସମର୍ଥିତ ପ୍ରାର୍ଥୀ ସୁବାଶିନୀ ଏବେ ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଦଳୀୟ ମହଲରେ ଖୁସିର ବାତାବରଣ ଦେଖାଦେଇଛି । ବିଗତ ଦିନରେ ବରୀ ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନିତିର ମୂଳୋତ୍ପାଟନ କରିବା ସହ ବ୍ଲକର ସମସ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୁବାଶିନୀ । ସୁବାଶିନୀ ଘରେ ପରିବାରରେ ଏବଂ କର୍ମୀ ମହଲରେ ଶୁଭେଚ୍ଛା ଜଣାଇବା ସହ ବିଜୟ ଉତ୍ସବ ମନାଯାଇଛି । ସେପଟେ ବିଜେଡି କୌଣସି ପ୍ରାର୍ଥୀ ଦେଇନଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଦେଖାଦେଇଛି ।
bite-01--ସୁବାଶିନୀ ଶର୍ମା, ନବ ନିର୍ବାଚିତା ଅଧ୍ୟକ୍ଷା, ବରୀ ପଞ୍ଚାୟତ ସମିତି
bite-02--ବିଶ୍ବରଞ୍ଜନ ମଲ୍ଲିକ୍, ବିଜେପି ନେତ
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.