ETV Bharat / state

ତେଜିଲା ଅତିଥି ଅଧ୍ୟାପକଙ୍କ ନିଲମ୍ବନ ଦାବି, କଲେଜ ଗେଟରେ ଝୁଲିଲା ତାଲା - ଅତିଥି ଅଧ୍ୟାପକଙ୍କ ନିଲମ୍ବନ ଦାବି

ସ୍ଥାନୀୟ ନରସିଂହ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ କରି ଦେଖା ଦେଇଛି ଛାତ୍ର ଅଶାନ୍ତି । ଶତାଧିକ ଛାତ୍ରଛାତ୍ରୀ ଏନେଇ ଗେଟ ବନ୍ଦ କରି ତାଲା ପକାଇବା ସହ ନିଯୁକ୍ତ ଅଧ୍ୟାପକ ପ୍ରଦୀପ ବେହୁରିଆଙ୍କୁ ନିଲମ୍ବନ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 18, 2019, 11:21 PM IST

ଯାଜପୁର: ସ୍ଥାନୀୟ ନରସିଂହ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ କରି ଦେଖା ଦେଇଛି ଛାତ୍ର ଅଶାନ୍ତି । ଶତାଧିକ ଛାତ୍ରଛାତ୍ରୀ ଏନେଇ ଗେଟ ବନ୍ଦ କରି ତାଲା ପକାଇବା ସହ ନିଯୁକ୍ତ ଅଧ୍ୟାପକ ପ୍ରଦୀପ ବେହୁରିଆଙ୍କୁ ନିଲମ୍ବନ ଦାବି କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ 2 ବର୍ଷ ତଳେ ଏହି ଅଧ୍ୟାପକ କଲେଜରେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ କଲେଜର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ କଲେଜରୁ ଅତିଥି ଅଧ୍ୟାପକ ପଦରୁ ବହିଷ୍କାର କରାଯାଇଥିଲା । ଚଳିତ ନିର୍ବାଚନୀରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଯାଜପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା ମଧ୍ୟ କରିଥିଲେ । ତେଣୁ କିଭଳି ଏବଂ କେଉଁ ପରିସ୍ଥିତିରେ କଲେଜ ପ୍ରିନ୍ସିପାଲ ତାଙ୍କୁ ପୁର୍ନବାର ନିଯୁକ୍ତି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅନ୍ୟପଟେ ନିଯୁକ୍ତ ଅତିଥି ଅଧ୍ୟାପକଙ୍କୁ ଯଥାଶୀଘ୍ର ବହିଷ୍କାର କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ସେପଟେ କଲେଜ କମିଟି ସହ ଆଲୋଚନା କରାଯାଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରିନ୍ସିପାଲ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Sulg – College strike
Format – Avb
Report – Gyana ranjan ojha
Place – jajpur
Date-18.07.2019
ଯାଜପୁର ନରସିଂହ ମହାବିଦ୍ୟାଳୟ ଅତିଥି ଅଧ୍ୟାପକ ନିଯୁକ୍ତି କୁ ବିରୋଧକରି ଛାତ୍ର ଅଶାନ୍ତି । ଶତାଧିକ ଛାତ୍ର ଛାତ୍ରୀ ଗେଟ ବନ୍ଦକରି ତାଲାପକାଇ ନିଯୁକ୍ତ ଅଧ୍ୟାପକ ପ୍ରଦିପ ବେହୁରିଆଙ୍କୁ ନିଳମ୍ଭିତ କରିବାକୁ ଦାବି କରିଛନ୍ତି । ଛାତ୍ର ଛାତ୍ରୀଙ୍କ ଅଭିଯୋଗ ପୂର୍ବରୁ ୨ ବର୍ଷ ତଳେ ଏହି ଅଧ୍ୟାପକ କଲେଜରେ ନିଯୁକ୍ତି ପାଇଥିଲେ । ତାଙ୍କ କାଯ୍ୟକାଳ ସମୟରେ କଲେଜର ଛାତ୍ର ଛାତ୍ରୀଙ୍କ ସହ କଲେଜର ଅଧାପକ ମାନଙ୍କୁ ଖରାପ ବ୍ୟାବହାର ପଦର୍ଶନ କରିଥିଲେ । ତେଣୁ ତାଙ୍କୁ କଲେଜରୁ ଅତିଥି ଅଧ୍ୟାପକ ପଦରୁ ବହିଷ୍କାର କରାଯାଇଥିଲା । ଚଳିତ ନିର୍ବାଚନୀରେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଯାଜପୁର ଲୋକସଭା ଆସନରୁ ପତିଦ୍ୱନ୍ଦିତା କରୁଥିଲେ । ତେଣୁ କିଭଳି କେଉଁ ପରିସ୍ଥିତିରେ ପ୍ରିନିସି୍ପାଲ ତାଙ୍କୁ ପୂର୍ନବାର ନିଯୁକ୍ତି ଦେଲେ ତାକୁ ନେଇ ପଶ୍ନ ଉଠାଇଛନ୍ତି ଛାତ୍ର ଛାତ୍ରୀ । ଯଥାଶିଘ୍ର ତାଙ୍କୁ ବହିଷ୍କାର କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନି ଦେଇଛନ୍ତି । ସେପଟେ କଲେଜ କମିଟି ସହ ଆଲୋଚନା କରାଯାଇ ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରିନ୍ସ୍ପାଲ କହିଛନ୍ତି ।
ବାଇଟ୍
୧.         ପ୍ରିୟ ଦର୍ଶୀନୀ ଦାସ (ଛାତ୍ରୀ)

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.