ETV Bharat / state

ବଦଳିଲେ ବିଜ୍ଞାନ-ଗଣିତ ଶିକ୍ଷକ, ପୁନଃ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ଝୁଲାଇଲେ ଛାତ୍ରଛାତ୍ରୀ

author img

By

Published : Apr 19, 2022, 4:50 PM IST

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ଯାଜପୁର ସୁକିନ୍ଦା ବ୍ଲକ ବାହାବଳପୁର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ଅଧିକ ପଢ଼ନ୍ତୁ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇ ଅନଶନରେ ବସିଲେ ଛାତ୍ରଛାତ୍ରୀ

ଯାଜପୁର: ହାତରେ ବହି ଖାତା ବଦଳରେ ପ୍ଲାକାର୍ଡ । ଶ୍ରେଣୀ ଗୃହ ଛାଡ଼ି ରାସ୍ତାରେ ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ଯାଜପୁର ସୁକିନ୍ଦା ବ୍ଲକ ବାହାବଳପୁର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାହାବଳପୁର ଅଞ୍ଚଳ କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟରେ ପାଠ ପଢ଼ିବାରେ ଅସମର୍ଥ ହେଉଛନ୍ତି । ବର୍ତ୍ତମାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ଏହାକୁ ସମର୍ଥନ ଦେଇଛନ୍ତି ।

ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହୋଇଛି । ପୂର୍ବରୁ ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ପିଲାଙ୍କ ପାଠପଢ଼ା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇ ସାରିଛି । ଏବେ ସ୍କୁଲ ଖୋଲିବା ପରେ ଶିକ୍ଷକ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ତୁରନ୍ତ ଏହି ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ଦେବାକୁ ଛାତ୍ରଛାତ୍ରୀ ଶିକ୍ଷା ବିଭାଗ ନିକଟରେ ଦାବି ଜଣାଇଛନ୍ତି ।

୧୯୬୪ ମସିହାରେ କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ‌ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗତ ୨ ମାସ ପୂର୍ବେ ଏହି ବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତ ଶିକ୍ଷାଲାଭ କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସ୍ଥାନୀୟ ଜନ ପ୍ରତିନିଧି ଓ ଅଭିଭାବକମାନେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ହେଲେ କୌଣସି ସୁଫଳ ମିଳିନାହିଁ ।

ବାଧ୍ୟହୋଇ ଆଜି ଛାତ୍ରଛାତ୍ରୀ ଆନ୍ଦୋଳନ ରାସ୍ତା ଆପଣାଇଛନ୍ତି । ମଙ୍ଗଳବାର ସକାଳୁ ସ୍କୁଲ୍‌ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି । ସେପଟେ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କଥା କହିଛନ୍ତି କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.