ETV Bharat / state

ଦଶରଥପୁରରେ କେମିତି ଥିଲା ବାତ୍ୟା ପରବର୍ତ୍ତୀ ଦୃଶ୍ୟ, ଦେଖନ୍ତୁ ଝଲକ - yaash

ଚାଲିଯାଇଛି ବାତ୍ୟା, ହେଲେ ଅନେକ ସମସ୍ୟା ଘେରରେ ଲୋକେ । କେଉଁଠି ଗଛ ପଡି ରାସ୍ତା ରୋକ ଓ ଘର ଭାଙ୍ଗିଛି ତ ଆଉ କେଉଁଠି ଅନେକ ଅସୁବିଧା ସ୍ଥଳରେ ଫସି ରହିଛନ୍ତି ଲୋକେ । ଅଧିକ ପଢନ୍ତୁ...

ଯାଜପୁର ଦଶରଥପୁରରେ ଏହିପରି ଥିଲା ବାତ୍ୟାର ପରବର୍ତ୍ତୀ ଦୃଶ୍ୟ

author img

By

Published : May 26, 2021, 9:21 PM IST

ଯାଜପୁର: ଜିଲ୍ଲାରେ ବାତ୍ୟା 'ୟସ'ର ପ୍ରଭାବ। ବର୍ଷା ସାଙ୍ଗକୁ ବହୁ ଜୋରରେ ହୋଇଥିଲା ପବନ, ଫଳରେ ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡି ଘର ଉପରେ ପଡିଛି । ଫଳରେ ଅଧିକାଂଶ ଲୋକେ ବାସହୀନ ହୋଇ ଅସୁବିଧା ଭୋଗୁଛନ୍ତି । ଏମିତିକି କିଛି କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଫଳରେ ଗାଁରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା ।

ଯାଜପୁର ଦଶରଥପୁରରେ ଏହିପରି ଥିଲା ବାତ୍ୟାର ପରବର୍ତ୍ତୀ ଦୃଶ୍ୟ
ଯାଜପୁର ଦଶରଥପୁରରେ ଏହିପରି ଥିଲା ବାତ୍ୟାର ପରବର୍ତ୍ତୀ ଦୃଶ୍ୟ
ଯାଜପୁର ଦଶରଥପୁରରେ ଏହିପରି ଥିଲା ବାତ୍ୟାର ପରବର୍ତ୍ତୀ ଦୃଶ୍ୟ
ଯାଜପୁର ଦଶରଥପୁରରେ ଏହିପରି ଥିଲା ବାତ୍ୟାର ପରବର୍ତ୍ତୀ ଦୃଶ୍ୟ

ଅନ୍ୟପଟେ ରାସ୍ତା ଓ ଘର ଉପରେ ପଡିଥିବା ଗଛ ଗୁଡିକୁ ଏନଡିଆରଏଫ ଟିମ ପକ୍ଷରୁ କଟା ଚାଲିଛି । ଫଳରେ ଯାନବାହନ ଯାତାୟାତ ସୁବିଧାରେ ହୋଇପାରିଥିଲା । ଏଯାବତ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସେପଟେ, ଜିଲ୍ଲାର ଦଶରଥପୁର ଅହିଆସ ଅଞ୍ଚଳରୁ ଏକ କଚ୍ଚା ଘର ଭିତରେ ଫସି ରହିଥିବା ଜଣେ ମହିଳାଙ୍କ ସହ 6 ମାସର ଶିଶୁକୁ ଉଦ୍ଧାର କରାଯାଇଛି । ମା' ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପାଣି ଘେରରେ ଫସି ରହିଥିବା ଗ୍ରାମବାସୀଙ୍କୁ ମଧ୍ୟ ଏନଡିଆରଏଫ ଟିମ ପକ୍ଷରୁ ଉଦ୍ଧାର କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.