ଯାଜପୁର: ପୁଣି ଉଦ୍ଧାର ହେଲେ ନାଗସାପ । ଦଶରଥପୁର ବ୍ଲକ କନିକାପଡା ଗ୍ରାମ ଦୁହୁଡିସାହିରୁ ଉଦ୍ଧାର ହୋଇଛି 25ରୁ ଊର୍ଦ୍ଧ୍ବ ନାଗ । ଶେଷଦେବ ସାମଲଙ୍କ ମାଟିଘର କାନ୍ଥରେ ନାଗସାପ ଅଣ୍ଡା ଦେଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।
ଏହାପରେ ଗ୍ରାମବାସୀ ସ୍ନେକ ହେଲ୍ପଲାଇନକୁ ଫୋନ କରିଥିଲେ । ଖବର ପାଇ ହେଲ୍ପଲାଇନ ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କାନ୍ଥ ଖୋଳି ସାପଛୁଆ ସମେତ ନାଗୁଣିକୁ ଉଦ୍ଧାର କରିଥିଲେ ।
ଉଦ୍ଧାର ସାପଙ୍କୁ ଦୁଇଟ ପ୍ଲାଷ୍ଟିକ ଜାରରେ ଆଣି ବନବିଭାଗ ସହାୟତାରେ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭିଭାରତ