ETV Bharat / state

ପୁଣି ଅନ୍ଧବିଶ୍ବାସ ବନ୍ଧନ, ସାପ କାମୁଡ଼ା ରୋଗୀ ପାଇଁ ଚାଲିଛି ପୂଜାର୍ଚ୍ଚନା - snake bite treatmente In temple

ବିଷଧର ସାପ କାମୁଡି ଥିବା ଜଣେ ବ୍ୟକ୍ତିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପରିବାର ଲୋକେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅସନଝର ଗ୍ରାମରେ ଏହି ଭଳି ଏକ ଅନ୍ଧବିଶ୍ବାସ ଘଟଣା ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Oct 2, 2019, 11:45 PM IST

ଯାଜପୁର: ଅନ୍ଧ ବିଶ୍ବାସର ଅନ୍ଧଗଳି । ବିଷଧର ସାପ କାମୁଡି ଥିବା ଜଣେ ବ୍ୟକ୍ତିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପରିବାର ଲୋକେ । ମନ୍ଦିରରେ ଅଧିଆ ପଡିବା ସହିତ ଭୋଳାନାଥଙ୍କ ପାଖରେ ଘଣ୍ଟଘଣ୍ଟା ବଜାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ମେଡିକାଲକୁ ନେବାକୁ ଆସିଥିବା ଆମ୍ବୁଲାନ୍ସର ମଧ୍ୟ ସହାୟତା ନେଇ ନଥିଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅସନଝର ଗ୍ରାମରେ ଏହି ଭଳି ଏକ ଅନ୍ଧ ବିଶ୍ବାସ ଘଟଣା ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଏହି ଗ୍ରାମର 45 ବର୍ଷୀୟ ରମାକାନ୍ତ ନାୟକ ଆଜି ବିଲକୁ ସାର ପକାଇବାକୁ ଯାଇଥିବାବେଳେ ତାଙ୍କୁ ଏକ ବିଷଧର ତମ୍ପ ସାପ କାମୁଡି ଦେଇଥିଲା । ସାପ କାମୁଡୁଥିବା ଜାଣିପାରି ସେ ସାଙ୍ଗେସାଙ୍ଗେ ବିଲରୁ ଘରକୁ ଆସୁଥିବା ସମୟରେ ଅଧା ବାଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ।

ଗ୍ରାମବାସୀ ଦେଖିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚିଲା । କିନ୍ତୁ ପରିବାର ଲୋକେ ତାଙ୍କୁ ଗ୍ରାମରେ ଥିବା ଆଖଣ୍ଡଳମଣି ମନ୍ଦିରକୁ ନେଇଯାଇଥିଲେ । ଆଉ ଆମ୍ବୁଲାନ୍ସକୁ ଫେରାଇ ଦେଇଥିଲେ । ଗ୍ରାମର କିଛିବ୍ୟକ୍ତି ଆମ୍ବୁଲାନ୍ସରେ ରୋଗୀକୁ ନେବା ପାଇଁ ପରିବାର ଲୋକଙ୍କୁ କହିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ । ଏହାପରେ ମନ୍ଦିରରେ ଏବେ ଭଜନ କିର୍ତ୍ତନ ଚାଲିଥିବା ବେଳେ ସାପ କାମୁଡି ଥିବା ରମାକାନ୍ତ ଏବେବି ମନ୍ଦିରରେ ଅଧିଆ ପଡି ରହିଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug –Snake bite
Format – AVO
Reporter – Gyanaranjan ojha
Date-2.010.2019
Place – Jajpur
ଅନ୍ଧବିଶ୍ୱାସର ପୁଣି ଏକ ଉଧାହରଣ । ବିଷଧର ସାପ କାୁମଡିଥିବା ଜଣେ ରୋଗୀଙ୍କୁ ଡାକ୍ତର ନିଆ ନଯାଇ ମନ୍ଦିରରେ ଅଧିଆ ପଡିବା ସହିତ ଚାଲିଛି ପୂଜାର୍ଚ୍ଚନା । ତାଙ୍କୁ ଡାକ୍ତର ଖାନା ନେବାପାଇଁ ଆସିଥିବା ଆମ୍ବୁଲାନ୍ସକୁ ପରିବାର ଲୋକେ ଫେରେଇ ଦେଇଛନ୍ତି । କୋରେଇ ବ୍ଲକ ଅନ୍ତର୍ଗତ ଅସନଝର ଗ୍ରାମରେ ଏହି ଭଳି ଏକ ଅନ୍ଧ ବିଶ୍ୱାସ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ରମାକାନ୍ତ ନାୟକ (୪୫) ଆଜି ବିଲକୁ ସାରପକାଇବାକୁ ଯାଇଥିବା ବେଳେ ତାଙ୍କୁ ଏକ ବିଷଧର ତମ୍ପସାପ କାମୁଡି ଦେଇଥିଲା । ସାପ କାମୁଡୁଥିବା ଜାଣିପାରି ସେ ସଂଗେ ସଂଗେ ବିଲରୁ ଘରକୁ ଆସୁଥିବା ବେଳେ କିଛି ବାଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ଗ୍ରାମବାସୀ ଏହା ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିଛି ସମୟପରେ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚିଲା । କିନ୍ତୁ ପରିବାର ଲୋକେ ତାଙ୍କୁ ଗ୍ରାମରେ ଥିବା ଆଖଣ୍ଡଳମଣି ମନ୍ଦିରକୁ ନେଇଯାଇଥିଲେ । ପରେ ଆମ୍ବୁଲାନ୍ସକୁ ସେମାନେ ଫେରେଇ ଦେଇଥିଲେ । ଗ୍ରାମର କିଛି ବ୍ୟକ୍ତି ଆମ୍ବୁଲାନ୍ସରେ ରୋଗୀକୁ ନେବା ପାଇଁ ପରିବାର ଲୋକଙ୍କୁ କହିଥିଲେ ମଧ୍ୟ ସେ ଏ କଥାକୁ ଶୁଣି ନଥିଲେ । ତା’ପରେ ମନ୍ଦିରରେ ଭଜନ କିର୍ତ୍ତନ ଚାଲିଥିବା ବେଳେ ସାପ କାମୁଡା ରୋଗୀଟି ଏବେବି ଅଧିଆ ପଡିରହିଛି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.