ETV Bharat / state

ବିଭିନ୍ନ ଚୋରି ଘଟଣାରେ ଯାଜପୁରରୁ 6 ଗିରଫ

author img

By

Published : Jan 15, 2022, 9:51 AM IST

ଯାଜପୁରରୋଡ ଥାନା ଅନ୍ତର୍ଗତ ଗଣ୍ଡାନାଳ ନିକଟରୁ ଗତ ଡିସେମ୍ବର ମାସରେ ହୋଇଥିବା ଚୋରି ଘଟଣାରେ ୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ

ଚୋରି ଘଟଣାରେ ୬ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ରୋଡ ପୋଲିସ

ଯାଜପୁର: ଯାଜପୁରରୋଡ ଥାନା ଅନ୍ତର୍ଗତ ଗଣ୍ଡାନାଳ ନିକଟରେ ଦୀର୍ଘଦିନ ଧରି ଚୋରି ଡକାୟତି ଲାଗି ରହିଥିଲା । ଗତ ଡିସେମ୍ବର ମାସ ୩୦ ବିଳମ୍ବିତ ରାତିରେ ଗଣ୍ଡାନାଳ ନିକଟରୁ ଦୁର୍ବୃତ୍ତମାନେ ପରିବା ବେପାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ୪ ହଜାର ଟଙ୍କା ସହ ମୋବାଇଲ ଫୋନ ଲୁଟି ନେଇଥିଲେ। ସେହିପରି ସେହି ସ୍ଥାନରେ ଚଳିତ ମାସ ୮ ତାରିଖ ଶନିବାର ରାତିରେ ବାଘୁଆ ପାଳ ଷ୍ଟେସନ ମାଷ୍ଟର ଅଂଜନି ଶର୍ମା କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ସମୟରେ ଦୁର୍ବୃତ୍ତ ମାନେ ତାଙ୍କ ନିକଟରୁ ହିରୋହୁଣ୍ଡା ସ୍ପ୍ଲେଣ୍ଡର ମାଟର ଗାଡି, ଏଟିଏମ କାର୍ଡ, ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ , ମୋବାଇଲ ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଯାଇଥିଲେ ।

ତେବେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଅଂଚଳରେ ଯାଜପୁର ରୋଡ ପୋଲିସ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଗ୍ରାମର ଜଗନ ଦାସ, କୁମାର ମହାରଣା, ରଞ୍ଜନ ମହାରଣା, ନଡ଼ିଆଭଙ୍ଗା ଗ୍ରାମର ପ୍ରଶାନ୍ତ ଜେନା, ଦାନଗଦୀ ଫାଣ୍ଡି ଅନ୍ତର୍ଗତ ତ୍ରିଜଗାଁ କଲୋନିର ଜିତେନ ପୂର୍ତ୍ତୀ ଏବଂ ଦାନଗଦୀ ଗ୍ରାମର ସୋନୁ ସେଠୀ ବୋଲି ଜଣାପଡିଛି । ତେବେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଯାଜପୁର ରୋଡ ପୋଲିସ କୋଭିଡ ଟେଷ୍ଟ କରାଇ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.