ETV Bharat / state

ପୁଣି ଲଜ୍ଜା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ

ଟାଉନ ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

author img

By

Published : Feb 17, 2019, 12:01 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
ଭିଡିଓ ସୌଡନ୍ୟ- ସମ୍ବାଦଦାତା, ଯାଜପୁର
ଯାଜପୁର: ଟାଉନ ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳର ସର୍ବେଶ୍ବର ଜେନା ନାମକ ଜଣେ ଯୁବକ ଅପହରଣ କରିନେଇଥିବା ପୀଡିତାର ବାପା ଗତ ମାସ ୨୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ।
undefined

ଅଭିଯୋଗକୁ ଆଧାର କରି ଯାଜପୁର ପୋଲିସ ନାବାଳିକା ସହିତ ଅପହରଣକାରୀ ସର୍ବେଶ୍ବରକୁ କୋଲକାତାରୁ ଉଦ୍ଧାର କରିଥିଲା। ସର୍ବେଶ୍ବର ନାବାଳିକାକୁ ଅପହରଣ କରିନେଇ ପ୍ରଥମେ ବିଞ୍ଝାରପୁରସ୍ଥିତ ତାର ସମ୍ପର୍କୀୟ ମାଉସୀ ଘରେ ରଖିଥିଲା। ସେଠାରେ ତାର ମାଉସୀ ପୁଅ ବିଶ୍ବଜିତ ଜେନା ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲା।

ସେପଟେ ଏତିକିରେ ସରିନଥିଲା ନାବାଳିକା ପ୍ରତି ଅତ୍ୟାଚାର। ଅପହରଣ ମାମଲାର ଫୈସଲା କରିବାକୁ କହି ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ସ୍କୁଲର ଶିକ୍ଷକ ଦେବଦତ୍ତ ସ୍ବାଇଁ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତା ନିଜ ବୟାନରେ କହିଛି । ଶୁକ୍ରବାର ପୋଲିସ ସର୍ବେଶ୍ବରକୁ କୋର୍ଟ ଚାଲାଣ କରିଥିବାବେଳେ ନାବାଳିକାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ନାବାଳିକାର ବୟାନ କ୍ରମେ ପୋଲିସ ଶନିବାର ବିଶ୍ବଜିତ ଜେନା ଓ ଶିକ୍ଷକ ଦେବଦତ୍ତ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.