ETV Bharat / state

ବ୍ୟାସନଗରରେ ଆଉ ଏକ ବିରଜା ମନ୍ଦିର ନିର୍ମାଣକୁ ସେବାୟତଙ୍କ ବିରୋଧ - another Birja temple in Bysanagar

ଯାଜପୁର ଜିଲ୍ଲା ବ୍ୟାସନଗରରେ ଆଉ ଏକ ବିରଜା ମନ୍ଦିର ନିର୍ମାଣକୁ ବିରୋଧ କରି ସେବାୟତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ଅଧିକ ପଢନ୍ତୁ...

ବ୍ୟାସନଗରରେ ଆଉ ଏକ ବିରଜା ମନ୍ଦିର ନିର୍ମାଣକୁ ସେବାୟତଙ୍କ ବିରୋଧ

author img

By

Published : Jun 24, 2021, 9:23 PM IST

ଯାଜପୁର : ବ୍ୟାସନଗରରେ ପୁଣି ଏକ ମା ବିରଜା ମନ୍ଦିର ନିର୍ମାଣକୁ ସେବାୟତଙ୍କ ବିରୋଧ । ମା ବିରଜା ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି । ଆଜି ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବ୍ୟାସନଗରରେ ଆଉ ଏକ ବିରଜା ମନ୍ଦିର ନିର୍ମାଣକୁ ସେବାୟତଙ୍କ ବିରୋଧ

ସେବାୟତଙ୍କ ଯୁକ୍ତି ହେଉଛି ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ କ୍ଷେତ୍ର ପଞ୍ଚକାର କ୍ଷେତ୍ର ମଧ୍ୟରେ ଅନ୍ୟତମ । ଅନ୍ୟ ସ୍ଥାନରେ ମା ପୂଜା ପାଇବା ଶାସ୍ତ୍ର ବିରୋଧୀ । ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେବ । ଏଭଳି ମନ୍ଦିର ପ୍ରତିଷ୍ଠା ହେଲେ ହିନ୍ଦୁମାନଙ୍କ ମଧ୍ୟରେ ଧର୍ମୀୟ ଭାବନାରେ ଆଘାତ ଲାଗିବ । ସେଥିଲାଗି ଏହି ମନ୍ଦିର ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି । ଏ ନେଇ ଆଗାମୀ ଦିନରେ ଯାଜପୁର ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଆବଶ୍ୟକ ପଡିଲେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି ।

ସେବାୟତ ପରିଷଦ ସଭାପତି ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛି । ସେପଟେ ଘଟଣାର ତଦନ୍ତ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଅତରିକ୍ତ ତହସିଲଦାର ଓ ବ୍ୟାସନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.