ETV Bharat / state

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ଘୁଞ୍ଚିଲା ରୂପେଶ ଭଦ୍ର ଜାମିନ ଆବେଦନର ଶୁଣାଣି - rupesh bhadra bail petition hearing adjourned

ଘୁଞ୍ଚିଲା ରୂପେଶ ଭଦ୍ର ଜାମିନ ଆବେଦନର ଶୁଣାଣି । ନଭେମ୍ବର 29 ତାରିଖରେ ଯାଜପୁର ଜିଲ୍ଲା ଦୌରାଜଜ କୋର୍ଟରେ ଆବେଦନ ଉପରେ ଶୁଣାଣି ହେବ ।

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ଘୁଞ୍ଚିଲା ରୂପେଶ ଭଦ୍ର ଜାମିନ ଆବେଦନର ଶୁଣାଣି
author img

By

Published : Nov 25, 2019, 6:50 PM IST

ଯାଜପୁର: ଘୁଞ୍ଚିଲା ରୂପେଶ ଭଦ୍ର ଜାମିନ ଆବେଦନର ଶୁଣାଣି । ନଭେମ୍ବର 29 ତାରିଖରେ ଯାଜପୁର ଜିଲ୍ଲା ଦୌରାଜଜ କୋର୍ଟରେ ଆବେଦନ ଉପରେ ଶୁଣାଣି ହେବ । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେଶ ଭଦ୍ର ।

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ଘୁଞ୍ଚିଲା ରୂପେଶ ଭଦ୍ର ଜାମିନ ଆବେଦନର ଶୁଣାଣି

ରୂପେଶ ଭଦ୍ରଙ୍କ ଜାମିନ ଆବେଦନକୁ ଆସନ୍ତା 29 ତାରିଖକୁ ଘୁଞ୍ଚାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ । ଆଜିର ଶୁଣାଣିରେ ରୂପେଶଙ୍କ ବିରୋଧରେ ଧର୍ମଶାଳା ପୋଲିସ ପାଖାପାଖି 2000 ପୃଷ୍ଠାର ଦସ୍ତାବିଜ କୋର୍ଟରେ ଦାଖଲ କରିଛି । ହେଲେ ସମୟ ଅଭାବରୁ ଶୁଣାଣି ହୋଇ ନପାରି ଆସନ୍ତା 29 ତାରିଖରେ ହେବ ବୋଲି ଜଣାପଡିଛି ।

ଅକ୍ଟୋବର 16 ତାରିଖ ଦିନ ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ରୂପେଶଙ୍କ ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଥିଲା । ଏହା ଏକ ଆତ୍ମହତ୍ୟା ଓ ଏଥିପାଇଁ ରୂପେଶ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ପାଇଁ ପ୍ରଥମେ ଚଣ୍ଡିଖୋଲ ଏସଡିଜେଏମ ଓ ପରେ ଯାଜପୁର ଜିଲ୍ଲା ଦୌରାଜଜଙ୍କ ନିକଟରେ ରୂପେଶ ଆବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Rupesh bail
ଆଙ୍କର
ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନକୁ ଆସନ୍ତା ୨୯ ତାରିଖକୁ ଘୁଂଚାଇଛନ୍ତି ଯାଜପୁର ଜିଲା ଓ ଦୌରାଜଜ । ରୁପେଶଙ୍କ ବିରୋଧରେ ଧର୍ମଶାଳା ପୋଲିସ ପାଖାପାଖି ୨୦୦୦ ପୃଷ୍ଠାର ଦସ୍ତାବିଜ ମାନ୍ୟବର କୋର୍ଟଙ୍କ ନିକଟରେ ଦାଖଲ କରିଛି । ଗତ ଅକ୍ଟୋବର ୧୬ ତାରିଖ ଦିନ ଧର୍ମଶାଳା ବ୍ଳକ ହରିଦାସପୁର ପଂଚାୟତର ପିଇଓ ସ୍ମିତାରାଣି ବିଶ୍ୱାଳ ଙ୍କ ମୃତ ଦେହ ରୁପେଶଙ୍କ ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଥିଲା । ଏହା ଏକ ଆତ୍ମହତ୍ୟା ଓ ଏଥିପାଇଁ ରୁପେଶ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ରୁପେଶ ପ୍ରଥମେ ଚଣ୍ଡିଖୋଲ ଏସଡିଜେଏମ ଓ ପରେ ଯାଜପୁର ଜିଲା ଦୌରା ଜଜଙ୍କ ନିକଟରେ ନିଜର ବେଲ ଆବେଦନ କରିଛନ୍ତି । ଆଜି ଜିଲା ଦୌରାଜଜ ତାଙ୍କ ବେଲ ଆବେଦନ ତାରିଖକୁ ଘୁଂଚାଇ ଦେବା ପରେ ସମସ୍ତଙ୍କ ନଜର ଆସନ୍ତା ୨୯ ତାରିଖକୁ ରହିଛି ।
ବାଇଟ୍:ପ୍ରତାପ ରାୟ,ରୁପେଶଙ୍କ ଓକିଲ
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.