ETV Bharat / state

ସାରୋଇ ଗାଁରେ ମହିଳାଙ୍କୁ ଅସଦାଚରଣ ମାମଲା, SPଙ୍କ ଦ୍ୱାରସ୍ଥ ହେଲେ ସୂଚନାଧିକାର କର୍ମୀ - ସାରୋଇ ଗାଁରେ ମହିଳାଙ୍କୁ ଅସଦାଚରଣ ମାମଲା

ସାରୋଇ ଗାଁରେ ସୂଚନାଧିକାର କର୍ମୀଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ମାମଲା । ସଠିକ ତଦନ୍ତ ପାଇଁ ପାଣିକୋଇଲିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା l ଅଧିକ ପଢନ୍ତୁ

ସାରୋଇ ଗାଁରେ ମହିଳାଙ୍କୁ ଅସଦାଚରଣ ମାମଲା, SPଙ୍କ ଦ୍ୱାରସ୍ଥ ହେଲେ ସୂଚନାଧିକାର କର୍ମୀ

author img

By

Published : May 21, 2022, 9:25 AM IST

ଯାଜପୁର: ସାରୋଇ ଗାଁରେ ସୂଚନାଧିକାର କର୍ମୀଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ମାମଲା । ସଠିକ ତଦନ୍ତ ପାଇଁ ପାଣିକୋଇଲିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା l ସୂଚନା ମୁତାବକ ଗତ 10 ତାରିଖରେ ଧର୍ମଶାଳା ଥାନା ସାରୋଇ ଗାଁରେ ଜୈନିକା ମହିଳାଙ୍କୁ ସେହି ଗାଁର ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା ଅସଦାଚରଣ କରିଥିଲେ । ଏନେଇ ଗତ 11 ତାରିଖରେ ଧର୍ମଶାଳା ଥାନାରେ ସେ ଅଭିଯୋଗ କରିଥିଲେ l ଯାହାଫଳରେ ଧର୍ମଶାଳା ପୋଲିସ ସୂଚନାଧିକାର କର୍ମୀଙ୍କୁ ଅନେକ ସମୟରେ ଗିରଫ ପାଇଁ ଖୋଜାଖୋଜି କରୁଛି l

ସାରୋଇ ଗାଁରେ ମହିଳାଙ୍କୁ ଅସଦାଚରଣ ମାମଲା, SPଙ୍କ ଦ୍ୱାରସ୍ଥ ହେଲେ ସୂଚନାଧିକାର କର୍ମୀ

ତେବେ ଏହି ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟ, ସେଠିକାର ପାହାଡ଼ ଫଟେଇ ଚୋରା ବେପାର କରୁଥିବା ବ୍ୟକ୍ତି ମାନେ ତାଙ୍କୁ ଫସେଇବା ପାଇଁ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ କରିଛନ୍ତି ସୂଚନାଅଧିକାର କର୍ମୀ l ତେବେ ଏହି ଘଟଣାର ସଠିକ ତଦନ୍ତ ଦାବିରେ ଗତକାଲି ସୂଚନାଅଧିକାର ସଂଗଠନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ 3 ଟିମ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି l

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.