ଯାଜପୁର: ପୋଲିସ ନିଖୋଜ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଏତଲା ନ ରଖିବା ନେଇ ରାସ୍ତାରୋକ । ପୋଲିସ ଅଭିଯୋଗ ନ ଶୁଣିବା ସହ ଆମେ ଖୋଜି ଆଣିଦେବାକୁ ଠିକା ନେଇନାହୁଁ କହିଥିବା ସମ୍ପର୍କୀୟଙ୍କ ଅଭିଯୋଗ । ଏନେଇ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଯାଜପୁରରେ ରାସ୍ତା ଅବରୋଧ କରାଯାଇଛି ।
ସୂଚନା ଅନୁଯାୟୀ ଯାଜପୁର ରୋଡ ସ୍ଥିତ ଗୋଳେଇପୁର ପଞ୍ଚାୟତ ତେଲିଆ ଗାଁର ମଦମ ମୋହନ ବିଶ୍ବାଳ(50) ଗତ 8 ତାରିଖ ଶୁକ୍ରବାର ସକାଳ 9ଟା 30 ମିନିଟ ସମୟରେ ବେଙ୍ଗାଲୁରୁର ଭୁବନେଶ୍ବର ଫେରୁଥିଲେ । ଏହାପରେ ମଦନଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ହୋଇନପାରିବା ସହ ସେ ଘରକୁ ମଧ୍ୟ ଫେରିନଥିଲେ । ଏନେଇ ପରିବାରଲୋକେ ପାଣିକୋଇଲି ଥାନାରେ ଦ୍ବାରସ୍ତ ହୋଇଥିଲେ ।
ମାତ୍ର ପୋଲିସ ଅଭିଯୋଗ ନ ରଖିବା ସହ 24 ଘଣ୍ଟା ପରେ ଆସନ୍ତୁ, ମାମଲା ଭୁବନେଶ୍ବର ଥାନାରେ ଅଛି, ବର୍ତ୍ତମାନ ଆମେ ଗ୍ରହଣ କରିବୁ ନାହିଁ । ଏମିତିକି ଆମେ ଖୋଜି ଆଣିଦେବାକୁ ଠିକା ନେଇନାହୁଁ ବୋଲି ପୋଲିସ କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଏନେଇ ଆଜି(ରବିବାର) ଅଞ୍ଚଳବାସୀଙ୍କ ପକ୍ଷରୁ 16 ନମ୍ବର ଜାତୀୟ ରାଜପଥ ଯାଜପୁର ନିକଟରେ ରାସ୍ତା ଅବରୋଧ କରାଯାଇଥିଲା । ପାଣିକୋଇଲି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ଏଥିସହ ନିଖୋଜ ମଦନଙ୍କ ପତ୍ତା ଖୁବଶୀଘ୍ର ମିଳିବ ବୋଲି ପୋଲିସ ଶା ନ୍ତ୍ବନା ଦେଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ