ETV Bharat / state

‘କମ୍ପାନୀ ମାନଙ୍କୁ ପାଣି ଯୋଗାଇବାକୁ ଏଠି ପ୍ରତିଯୋଗିତା ଚାଲିଛି’ - Industries

ଯାଜପୁର ବ୍ରାହ୍ମଣୀ ନଦୀ କୂଳରୁ ଆରମ୍ଭ ହେଲା ନଦୀ ସୁରକ୍ଷା ଅଭିଯାନ । ବିଶ୍ବ ପରିବେଶ ଦିବସ ଅବସରରେ ରାଜ୍ୟବ୍ୟାପୀ ଏହା ଚାଲିବ ବୋଲି କହିଲେ ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 5, 2019, 12:04 AM IST

ଯାଜପୁର: ଆସନ୍ତାକାଲି ହେଉଛି ବିଶ୍ବ ପରିବେଶ ଦିବସ । ସାରା ରାଜ୍ୟରେ ନଦୀ ମାନଙ୍କୁ ସୁରକ୍ଷା ପ୍ରଦାନ ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆଜିଠୁ ଯାଜପୁରରୁ ଆରମ୍ଭ ହୋଇଛି ନଦୀ ସୁରକ୍ଷା ଅଭିଯାନ । ଏହି ଅବସରରେ ଲୋକଶକ୍ତି ଅଭିଯାନର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ସାମିଲ ହୋଇ ନଦୀ ମାନଙ୍କୁ ହତ୍ୟା କରିବା ଲାଗି ସରକାର ଚେଷ୍ଟା କରୁଥିବା କହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସାମନ୍ତରାୟ କହିଛନ୍ତି ଯେ କମ୍ପାନୀ ମାନଙ୍କୁ ପାଣି ଯୋଗାଇବାକୁ ଏଠି ପ୍ରତିଯୋଗିତା ଚାଲିଛି । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ କଳକାରଖାନା ବୃଦ୍ଧି ପାଇବା ସାଙ୍ଗକୁ ନଦୀଜଳ ପ୍ରଦୂଷଣର ଭୟାବହତା ମଧ୍ୟ ବଢୁଛି । ଚାଷଜମି ମାନଙ୍କୁ ଜଳସେଚନର ବ୍ୟବସ୍ଥା ନଥିବା ବେଳେ ଶିଳ୍ପସଂସ୍ଥା ମାନେ ନଦୀରୁ ଇନଟେକୱେଲ ଜରିଆରେ ପ୍ରଚୂର ପରିମାଣର ଜଳ ବ୍ୟବହାର କରୁଛନ୍ତି । ଯାହାଦ୍ବାରା ନଦୀରେ ଜଳସ୍ତର ହ୍ରାସ ପାଇବା ସହିତ ଖରାଦିନ ପୂର୍ବରୁ ନଦୀ ଗୁଡ଼ିକ ଶୁଷ୍କ ହୋଇଯାଉଛନ୍ତି ।

ଶିଳ୍ପସଂସ୍ଥାରୁ ନିର୍ଗତ ବର୍ଜ୍ୟ ଓ ଦୂଷିତ ଜଳ ମିଶି ନଦୀଜଳକୁ ପ୍ରଦୂଷିତ କରୁଛି । ଫଳରେ ଏହା ଆଉ ବ୍ୟବହାର ଉପଯୋଗୀ ହୋଇରହୁନାହିଁ । ଜିଲ୍ଲାର ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି । ଯାହାକୁ ନେଇ ବିଭିନ୍ନ ଫୋରମ ପକ୍ଷରୁ ମୁଣ୍ଡ ଟେକୁଛି ଆନ୍ଦୋଳନ । ଆଜି ବ୍ରାହ୍ମଣୀ ନଦୀକୂଳରେ ଥିବା ଜେନାପୁର ନିକଟସ୍ଥ ଜେମାଦେଇପୁର ଠାରେ ଆଉ ଏକ ଆନ୍ଦୋଳନର ମଞ୍ଜି ପୋତାଯାଇଛି । ବ୍ରାହ୍ମଣୀ ନଦୀର ପ୍ରଦୂଷଣ ଭୟାବହତାକୁ ଲକ୍ଷ୍ୟ କରି ଏହିଠାରୁ ଆଜି ଆରମ୍ଭ ହୋଇଛି ନଦୀ ସୁରକ୍ଷା ଅଭିଯାନ । ସରକାର ଏଥିପ୍ରତି ସଜାଗ ନହେଲେ ରାଜ୍ୟ ବ୍ୟାପି ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଲୋକଶକ୍ତି ଅଭିଯାନ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.