ETV Bharat / state

11 ଦିନ ଧରି ଧାରଣାରେ ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ

author img

By

Published : Jan 22, 2021, 11:52 AM IST

ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 11ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଅଧିକ ପଢନ୍ତୁ...

11 ଦିନ ଧରି ଧାରଣାରେ ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ
11 ଦିନ ଧରି ଧାରଣାରେ ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ

ଯାଜପୁର: ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 11ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଯାଜପୁର ରୋଡ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ନିକଟରେ ଗତ 11ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରିଲେ ଅନଶନ ଜାରି ରହିଛି । ପ୍ରସ୍ତାବିତ ସ୍ବତନ୍ତ୍ର ଭତ୍ତା ପ୍ରଦାନରେ ନିଗମର ଟାଳଟୁଳ ନୀତି ପ୍ରତିବାଦରେ ଏହି ଅନଶନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି ।

କର୍ମଚାରୀ ମାନେ ଦୀର୍ଘ 28ବର୍ଷ ଧରି ହେବ ଜିଲ୍ଲା କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଯାଏଁ ଆବେଦନ କରି ଏହି ମାମଲା ଦାୟର କରିଥିଲେ । 2019 ମସିହା ଜାନୁଆରୀ ମାସରେ ଅବସରକାଳୀନ ସ୍ବତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଗମ ବୋର୍ଡରେ ଅନୁମୋଦନ ମିଳିଲା । ଏହାର ସରକାରୀ ସୁପାରିଶ ପାଇଁ ଫେବୃଆରୀ ମାସରେ ସରକାରଙ୍କ ଇସ୍ପାତ୍ ଖଣି ବିଭାଗକୁ ପଠାଯାଇଥିଲା ।

ମାତ୍ର ଏହାକୁ ଦୁଇବର୍ଷ ବିତିବାକୁ ବସିଥିଲେ ହେଁ ଏଯାଏଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ସ୍ବତନ୍ତ୍ର ଭତ୍ତା ମିଳିପାରିଲା ନାହିଁ । ଏହା ପ୍ରତିବାଦରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ମହଲରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ଦାବି ପୂରଣ ନହେବାରୁ ସଂଘ ପକ୍ଷରୁ ରିଲେ ଅନଶନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସରକାର ସେମାନଙ୍କ ଦାବି ତୁରନ୍ତ ପୂରଣ କରିବାକୁ ଦାବି କରିଛି ସଂଘ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.