ETV Bharat / state

ଫୁଲୁଛି ବୈତରଣୀ, ଚିନ୍ତାରେ ତଳିଆ ଅଞ୍ଚଳବାସୀ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ତଳିଆ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

author img

By

Published : Aug 20, 2020, 6:36 PM IST

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି, ଚିନ୍ତାରେ ତଳିଆ ଅଞ୍ଚଳବାସୀ

ଯାଜପୁର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି । ଏପରିକି ଅନେକ ସ୍ଥାନରେ ଲୋକଙ୍କ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡିଛି ।

ଅପରପକ୍ଷେ ବର୍ଷା ଯୋଗୁଁ ବୈତରଣୀ ନଦୀ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । ଯାହାକୁ ନେଇ ନଦୀକୂଳିଆବାସୀ ଆତଙ୍କିତ ଅଛନ୍ତି । ଏହାସହ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଯୋଗୁଁ ପନିପରିବା ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି । ବନ୍ୟା ଆଶଙ୍କା ଥିବାରୁ କୌଣସି କର୍ମଚାରୀଙ୍କୁ ଜିଲ୍ଲା ସଦର ମହକୁମା ନଛାଡିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.