ଯାଜପୁର: ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ରବିବାର ସାନି ମତଦାନ ଚାଲୁ ରହିଛି । ଗତ ୨୯ ତାରିଖ ଦିନ ନିର୍ବାଚନ ସମୟରେ ଏହି ବୁଥ୍ ଗୁଡିକରେ ଜବରଦଖଲ ଓ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ରାଜ୍ୟ ନିର୍ବାଚନ କମିଶନ୍ ୯ଟି ବୁଥରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବରୀ ନିର୍ବାଚନ ମଣ୍ଡଳୀରେ ୫ଟି, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି, ସୁକିନ୍ଦା ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ସାନି ମତଦାନ ଚାଲୁଛି । ଏଥିପାଇଁ ଉକ୍ତ ବୁଥ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଯାଜପୁର ଅତିରିକ୍ତ ଏସ୍ପି ରାଜକିଶୋର ଦୋରା ।
ବରୀରେ ବିଜେଡି ପ୍ରାର୍ଥୀନି ସୁନନ୍ଦା ଦାସ ଓ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ବିଜୟ ପାଇଁ ଆଶାବାଦୀ ରହିଥିବା କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ