ଯାଜପୁର: ରସଗୋଲାର ଜିଆଇ ମାନ୍ୟତା ପ୍ରାପ୍ତି ନେଇ ରସଗୋଲା ବଣ୍ଟନ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ରସଗୋଲା ବଣ୍ଟନ କରିଥିଲେ ।
ପୂର୍ବରୁ ଏହି ରସଗୋଲାକୁ ନେଇ ଜିଆଇ ବିବାଦ ଉପୁଜିଥିଲା। ତେବେ ବର୍ତ୍ତମାନ ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହି ରସଗୋଲା ବଣ୍ଟନ କାର୍ଯ୍ୟରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ଉପସ୍ଥିତ ଥିଲେ ।
ଏହାସହ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ପଦସ୍ଥ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ