ଯାଜପୁର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନ ଏଆଇଡିଏସଓ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି ।
ରାଜ୍ୟରେ 15ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ରାଜ୍ୟର 14 ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟକୁ ବନ୍ଦ କରାଯାଉଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ବିଦ୍ୟାଳୟ ବନ୍ଦ ହୋଇଗଲା ପରେ ସାରା ରାଜ୍ୟରେ ଶିକ୍ଷାବ୍ୟବସ୍ଥା ସଂପୁର୍ଣ୍ଣ ଭୁଶୁଡି ପଡିବ ଏବଂ ଘରୋଇକରଣ ବୃଦ୍ଧି ପାଇବ ବୋଲି ଏଆଇଡିଏସଓ ପକ୍ଷରୁ ଅଭିଯୋଗ କରାଯାଇଛି ।
ତୁରନ୍ତ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ନେଇ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ