ETV Bharat / state

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ, କୋରେଇରେ ଚାଲିଛି ଜୋରଦାର ପ୍ରସ୍ତୁତି

author img

By

Published : Jan 12, 2022, 11:52 AM IST

ରାଜ୍ୟରେ ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । କୋରେଇ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ହୋଇଥିବା ନେଇ ସୂଚନା ଦେଲେ ବ୍ଳକ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା । ଅଧିକ ପଢନ୍ତୁ

କୋରେଇ ବ୍ଲକରେ ପଂଚାୟତ ନିର୍ବାଚନ ପାଈଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଯାଜପୁର: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । ଗତକାଲି ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ୫ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର । ଫେବୃଆରୀ ୧୬ରୁ ୨୪ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ୫ମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଫେବୃଆରୀ ୧୬ରେ ପ୍ରଥମ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ଚତୁର୍ଥ ପର୍ଯ୍ୟାୟ ୨୨ ଓ ଫେବୃଆରୀ ୨୪ ତାରିଖରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଯାଜପୁର ଜିଲ୍ଲାର ପ୍ରତେକ ବ୍ଳକରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟ ହୋଇଛି। ତେବେ କୋରେଇ ବ୍ଳକର ୨୮ ପଞ୍ଚାୟତରେ ଭୋଟ ଗ୍ରହଣ କେନ୍ଦ୍ର ଚୟନ, ପଞ୍ଚାୟତ ସଂରକ୍ଷଣ କାର୍ଯ୍ୟ, ପଂଚାୟତ ନୋଡାଲ ଅଫିର ଚୟନ,ଭୋଟଗ୍ରହଣ କେନ୍ଦ୍ରର ପାରିପାର୍ଶ୍ବିବିକାଶ ଆଦି କାର୍ଯ୍ୟ ଶେଷ ହେଇଥିବା ନେଇ ଗତକାଲି କୋରେଇ ବ୍ଳକ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା ବ୍ଳକ କାର୍ଯ୍ୟଳୟରେ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.